Home ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୩୪ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୩୪ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

458

ଭୁବନେଶ୍ୱର ୨୮.୧୨ (ଓଡ଼ିଆ ପୁଅ) – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତୋଳନ କରିଥିଲେ। ପରେ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ କଂଗ୍ରେସ ଭବନ ଠାରେ ଆୟୋଜିତ “ଦେଶ ବଂଚାଅ – ସମ୍ବିଧାନ ବଂଚାଅ” ଶୀର୍ଷକ ଏକ ବୈଠକ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ କଂଗ୍ରେସ ଦଳ ଆଜି ୧୩୪ ବର୍ଷରେ ପଦାର୍ପଣ କରୁଛି। ଏହି ଦଳର ଜଣେ ସୈନିକ ହିସାବରେ ଆମ୍ଭେମାନେ ଆଜି ଗର୍ବିତ। ଦେଶର ଏକତା, ଅଖଣ୍ଡତା ଓ ସଂହତି କଂଗ୍ରେସର ମୂଳଲକ୍ଷ୍ୟ ଥିଲା। କିନ୍ତୁ ଆଜି ସମ୍ବିଧାନକୁ ଛିନ୍ନଭିନ୍ନ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଛି। ସେଥିପ୍ରତି କଂଗ୍ରେସ କର୍ମୀ ତଥା ଜନସାଧାରଣ ସତର୍କ ରହିବା ଦରକାର। ସେହିଭଳି ବିଜେଡି ସରକାର କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେଉଥିବା ବେଳେ ରାଜ୍ୟରେ ବିରୋଧ କରି ଦୋମୁହାଁ ନୀତି ଆପଣାଉଥିବାରୁ ସେ ସମାଲୋଚନା କରିଥିଲେ। ଆଜି ଦେଶ ଯେଭଳି ଭାବରେ ଖଣ୍ଡ ବିଖଣ୍ଡିତ ଆଡକୁ ଗତି କରୁଛି ସେଥିପ୍ରତି ସମସ୍ତ କର୍ମୀ ଦେଶ ବଂଚାଅ – ସମ୍ବିଧାନ ବଂଚାଅ ପ୍ରତି ଜାଗ୍ରହ ପ୍ରହରୀ ଭାବରେ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଶ୍ରୀ ପଟ୍ଟନାୟକ ଭାରତର ସମ୍ବିଧାନ ପ୍ରସ୍ତାବନା (ଚକ୍ସରବଜ୍ଞଭକ୍ଷର) ପାଠ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ ପ୍ରମୁଖ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ, ଆଦର୍ଶ ଏବଂ ବଳିଦାନ ସଂପର୍କରେ ଆଲୋକପାତ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଶ୍ରୀ ମାନସ ଚୌଧୁରୀ ପରିଚାଳନା କରିଥିବା ବେଳେ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ପତାକା ଉତୋଳନ କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଶ୍ରୀ ମନୋଜ ଜେନା ଓ ଶ୍ରୀ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ପରେ “ଦେଶ ବଂଚାଅ – ସମ୍ବାଧାନ ବଂଚାଅ ଉଦ୍ଦେଶ୍ୟରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବିଭିନ୍ନ ସରକାର ବିରୋଧି ସ୍ଲୋଗାନମାନ ଦେଇ କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଦେଇ ପୁଣି କଂଗ୍ରେସ ଭବନ ଠାରେ ପହଂଚିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିଧାୟକ ଦଳନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, କିଶୋର ଚନ୍ଦ୍ର ପଟେଲ, ଗୁରୁପଦ ନନ୍ଦ, ଗଣେଶ୍ୱର ବେହେରା, ସମୀର କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ପଂଚାନନ କାନୁନ୍‌ଗୋ, ଚିନ୍ମୟ ପ୍ରସାଦ ବେଉରା, ଅଂଶୁମାନ ମହାନ୍ତି, ଡମ୍ବରୁଧର ଉଲାକା, ନବୀନ ଚନ୍ଦ୍ର ନାରାୟଣ ଦାସ, ଉମାବଲ୍ଲଭ ରଥ, ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ସଂଗ୍ରାମ କେଶରୀ ଜେନା, ନବଜ୍ୟୋତି ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ସୁରେଶ ମହାପାତ୍ର, ହଳଧର ସେଠୀ, ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ସୁରେନ୍ଦ୍ର ପରମାଣିକ, ସସ୍ମିତା ବେହେରା, ଜ୍ଞାନଦେବ ବେଉରା, ସଂଜୀବ ଗିରି, କୈଳାସ ସାହୁ, ବିସ୍ମୟ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ମନୋଜ ରାଉତ, ବନ୍ଦିତା ପରିଡା, ବିଷ୍ଣୁଚରଣ ବାରିକ, କୁମାର ଚିରଞ୍ଜିବ, ସ୍ୱାଧିନବାଳା ଦାସ, ଶୁଭଶ୍ରୀ ପଣ୍ଡା, ବିଣାପାଣି ସାମଲ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ହରମୋହନ ଦାସ, ଆଲୋକ ଲେଙ୍କା, ସମ୍ବୁନାଥ ପାଣିଗ୍ରାହୀ, ଅଶୋକ ସାମଲ, ବିକ୍ରମ ସାହୁ, ନିରଦବରଣ ଖୁଂଟିଆ, କନକଲତା ମଲ୍ଲିକ, ଯଦୁମଣି ବାରିକ, ସ୍ନେହଲତା ରାୟ, ରବି ରାୟ, ସୁରେଶ ପାଣିଗ୍ରାହୀ, ମାନସ ମଲ୍ଲିକ, ଉମାଶଙ୍କର ସାହୁ, ବେଣୁଧର ଭୋଇ, ରାଜୀବ ପଟ୍ଟନାୟକ, ମନୋଜ ସାହୁ, ନଟବର ବାରିକ, ହେମନ୍ତ ଦାସ, ରଂଜିତ୍ ଦାସ, ସତ୍ୟବ୍ରତ ନାୟକ, ସୁଧାନିଧି ମହାପାତ୍ର, ମିନାକ୍ଷୀ ବାହିନୀପତି, ବାଙ୍କନିଧି ବେହେରା, ପ୍ରକାଶ ମିଶ୍ର, ମନୋଜ ଆଚାର୍ଯ୍ୟ, ଅଂଚଳ ବଟୁ, ପ୍ରଦୀପ ଦେବତା, ଜୟନ୍ତ ମହାନ୍ତି, ଦେଓ ପ୍ରସାଦ, ଅଜିତ୍ ଦାସ, ପ୍ରଭାସକର ମହାପାତ୍ର, ରତ୍ନାକର ବେହେରା, ଜମ୍ବେଶ୍ୱର ମଲିକ, ଜାନକୀ ମଲ୍ଲିକ, ଅଜିତ୍ ମଙ୍ଗରାଜ, ଦୀପକ ସାହୁ, ଅନିଲ୍‌ ବେହୁରା, ଯୋଗୀନାଥ ବାହୁବଳେନ୍ଦ୍ର, ନିରଞ୍ଜନ ନାୟକ, ୟାସିର ନୱାଜ, ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟ ମିଶ୍ର, ନିରଞ୍ଜନ ଦାସ, ସ୍ୱାଗତିକା ପଟ୍ଟନାୟକ, ଜ୍ଞାନ ପଟ୍ଟନାୟକ, ପ୍ରଦୀପ ସ୍ୱାଇଁ, ଶୈଳେନ୍ଦୁ ମଜୁମଦାର, ନରେଶ ମହାନ୍ତି, ରଜନୀ ମହାନ୍ତି, ପ୍ରଶାନ୍ତ ସାହୁ, ରଂଜିତ ପାତ୍ର, କୁସୁମ ପ୍ରଧାନ, ନିରୁପମା ପାତ୍ର, ଅଶୋକ ଦାସ, ବିଶ୍ୱଭୂଷଣ ଦାସ, ଶ୍ରିୟାସ୍ମିତା ପଣ୍ଡା, ମନୋରଂଜନ ରାଉତରାୟ, ସୁଚନ୍ଦ୍ର ବାରିକ, ବିଶ୍ୱଜିତ ଦାସ, ଜିନେଶ ଦାସ, ପ୍ରଶାନ୍ତ ଶତପଥି, ମୋହନ ଜେନା, ରାମ କୁମାର ମିଶ୍ର, ସାଗର ପରିଡା, ଦେବେନ୍ଦ୍ର ପ୍ରସାଦ ଦାସ, ନିପନ ଦାସ, ମନୋଜ ମହାପାତ୍ର, ବଟକୃଷ୍ଣ ରାଉତରାୟ, ସୁଭଦ୍ରା ମିଶ୍ର, ସୁଧିର ଦାସ, ଦେବୀ ପ୍ରସାଦ ବାହାଲିଆ, ରସିକଚାନ୍ଦ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଆତ୍ମାରାମ ପତି, ମଂଟୁ ମଲ୍ଲିକ, ସଂଜୟ ଅଦାବର, ରାଜକିଶୋର ବାରିକ, ତରୁଣକାନ୍ତ ମିଶ୍ର, ସତ୍ୟସ୍ମିତ ମହାନ୍ତି, ଅରବିନ୍ଦ ସାମଲ, ଚିନ୍ମୟ ପାଣିଗ୍ରାହୀ, ହେମନ୍ତ କର, ଦରିଦ୍ର ନାରାୟଣ ନାୟକ, ସଂଜୟ ତ୍ରିପାଠୀ, ରତିକାନ୍ତ ବରାଳ, ଅଶୋକ ଦାସ, ପ୍ରଜ୍ଞା ମହାନ୍ତି, ନାସିର ଅହମ୍ମଦ ଖାଁ, ସୁଶାନ୍ତ ତ୍ରିପାଠୀ, ସୁଶାନ୍ତ ବେହେରା, ନଳିନୀକାନ୍ତ ନାୟକ, ନଳିନୀ ବେହେରା, କୁଳମଣି ସାହୁ, ଦିନେଶ ପରିଡା, ସୁରେନ୍ଦ୍ର ପାଣି, ସନ୍ଧ୍ୟାରାଣୀ ଦାସ, ଝୁଲିଆ ବାରିକ, ସନ୍ତୋଷ ନନ୍ଦ, ପ୍ରଫୁଲ୍ଲ ଦାସ, ସଂଗ୍ରାମ ଦାସ, ଶିଶିର ନାୟକ, ରିପୁନାଥ ସେଠ୍‌, ଦିଲ୍ଲିପ ପଣ୍ଡା, ମୁକ୍ତାର ଖାଁ, ଆକବର ଅଲ୍ଲୀ, ଫକୀର ଖଟୁଆ, ବିନୋଦିନୀ ମହାନ୍ତି, ଉଷାରାଣୀ ବେହେରା, ରଂଜିତା ମଲିକ, ବିନୋଦ କୁମାର ରାଉତ, ବିନ୍ଧ୍ୟାବିନି ସାହୁ, ଦିଲିପ୍ ସ୍ୱାଇଁ, ଉମାକାନ୍ତ ସାହାଣୀ, ଏମ୍‌.ଡି. ଶାହାଦୁଲ୍ଲା, ଗୁରୁବକ୍ସ ସିଂ ଆଲୁଆଲିଆ, ଏମ୍ ପରବିନ୍‌, ନିହାର ବଳ, ନିହାର ରଂଜନ ମହାପାତ୍ର, ରଂଜିତା ରାଉତ, ଆଲୋକ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.