Home ଜିଲ୍ଲା ପରିକ୍ରମା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟଳୟରେ ପୁସ୍ତକ ଲୋକାର୍ପଣ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟଳୟରେ ପୁସ୍ତକ ଲୋକାର୍ପଣ

14

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଥିବା ପ୍ରଜାପିତା ବହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କେନ୍ଦ୍ରଠାରେ ବ୍ରହ୍ମାକୁମାର ଡାକ୍ତର ରବୀନ୍ଦ୍ର ନାଥ ଓଝାଙ୍କ ଦୁଇଟି ପୁସ୍ତକ ‘ମିମାଂସା’ ପ୍ରଥମ ଓ ଦ୍ୱିତୀୟ ଭାଗ ବ୍ରହ୍ମାକୁମାର ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଲୋକାର୍ପଣ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ. ବ୍ରଜ ମୋହନ ମିଶ୍ର, ମୁଖ୍ୟ ବକ୍ତା ଭାବରେ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଅନ୍ୟତମ ବକ୍ତା ଭାବରେ ସେବାନିବୃତ ପ୍ରାଧ୍ୟପକ ସୋମନାଥ ଓଝା ଯୋଗଦାନ କରି ନିଜ ବକ୍ତବ୍ୟରେ କହିଲେଯେ କବିତା ଯୁୁଗେ ଯୁଗେ ସାହିତ୍ୟରେ ଏକ ସ୍ୱତନ୍ତ୍ର ଶିଳ୍ପ ହୋଇ ଛିଡ଼ା ହୋଇଛି। କବିତା ହୃଦୟରେ ଏକ ଭାବାବେଗ ସୃଷ୍ଟି କରେ। ଏହା କବିଙ୍କ ଦୁଇଟି ପୁସ୍ତକରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। କବିତା ଗୁଡ଼ିକ ସଂପୂର୍ଣ୍ଣ ଆଧ୍ୟାତ୍ମିକତା ନେଇ ଆତ୍ମା ଓ ପରତ୍ମାଙ୍କ ବିଷୟରେ ଲେଖାଯାଇଛି। ପ୍ରାଧ୍ୟାପକ ବିଶ୍ୱ ରଞ୍ଜନ ଦାସ ଓ ଅଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ପୁସ୍ତକ ଦୁଇଟିର ନିଖୁଣ ସମୀକ୍ଷା କରିଥିଲେ। ବ୍ରହ୍ମା କୁମାରୀ ଆଶ୍ରମର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଞ୍ଜୁବାଳା ଓ ନ୍ୟାୟଧୀଶ ଦୁର୍ଗା ଶଙ୍କର ମିଶ୍ର ଆଲୋଚନାରେ ଭାଗ ନେଇଥିଲେ। ସଭା ଆରମ୍ଭରେ ବ୍ରହ୍ମାକୁମାର ସୌଭାଗ୍ୟ କୁମାର ଦାଶ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କଲାବେଳେ ସାହିତ୍ୟ ମନସ୍କ ବୈକୁଣ୍ଠ ବିଶ୍ୱାଳ ଅତିଥି ମାନଙ୍କ ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ମଞ୍ଚରେ ଥିବା ସମସ୍ତ ଅତିଥି ଏବଂ ସମସ୍ତ ବ୍ରହ୍ମାକୁମାରୀ ଭଉଣୀ ମାନଙ୍କୁ ନୁତନ ବସ୍ତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପିକା ବ୍ରହ୍ମାକୁମାରୀ ପ୍ରତିଭା ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.