Home ଜିଲ୍ଲା ପରିକ୍ରମା ପୋଷ୍ୟସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

ପୋଷ୍ୟସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

52

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସୋସାଇଟି ଫର ଉଇକର କମ୍ୟୁନିଟି(ଆସିଆନା)ର ମିଳିତ ଉଦ୍ୟମରେ ବ୍ରହ୍ମପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସଭାପତିତ୍ୱରେ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଷ୍ୟସନ୍ତାନ ଗ୍ରହଣ ସମ୍ପର୍କିତ ନିୟମାବଳୀ ଓ ସବିଶେଷ ସୂଚନା ଏବଂ ଆବଶ୍ୟକୀୟ କାଗଜପତ୍ର ସମ୍ପର୍କିତ ସୂଚନା ଶ୍ରୀ ସାହୁ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ଓଡିଶା ବାଳାଶ୍ରମର ସଂପାଦକ ତଥା ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଅଶୋକ ଦାସ ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ ସେମାନଙ୍କ ନାମ ଅନ୍‌ଲାଇନ୍ ମାଧ୍ୟମରେ www.cara.nic.in ରେ ପଞ୍ଜୀକୃତ କରିବାପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ନିଜ ବକ୍ତବ୍ୟରେ ବେଆଇନ ଭାବେ କୌଣସି ବ୍ୟକ୍ତି ପୋଷ୍ୟସନ୍ତାନ ଗ୍ରହଣ କରିଥିଲେ ତୁରନ୍ତ ଚାଇଲ୍ଡ ଲାଇନ (୧୦୯୮) ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ମହେଶ୍ୱର ପଲେଇ, ସମାଜସେବୀ ଦିବାକର ମଲ୍ଲିକ, ଆସିଆନାର ବିକାଶ ରାଉତ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଙ୍ଗନୱାଡି କର୍ମୀ, ଆଶା, ମହିଳା ଆରୋଗ୍ୟ ସମିତି ଓ ଆସିଆନାର ଉଜ୍ଜାଲା ପ୍ରକଳ୍ପର ଗଠନ କରିଥିବା ଭିଜିଲାନ୍ସ ଗ୍ରୁପର ସଦସ୍ୟମାନେ ସଦସ୍ୟ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.