Home ଜିଲ୍ଲା ପରିକ୍ରମା ପୋଷାକ ବିତରଣ ଉତ୍ସବ

ପୋଷାକ ବିତରଣ ଉତ୍ସବ

7

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଯଶୀପୁର ଗ୍ରାମପଂଚାୟତ ଅଧିନସ୍ଥ ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପ୍ରଧାନଶିକ୍ଷକ ଶଶିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀ ୟସରପଂଚ ପ୍ରମିଳା ମାଝୀ, ମୁଖ୍ୟବକ୍ତା ଭାବେ ସମିତିସଭ୍ୟ ଶ୍ରବତ୍ସ ଦାସ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀଧର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅମୁଲ୍ୟ ଜେନା,ଉପସଭାପତି ସୁଶାନ୍ତ ଦତ, ସଭ୍ୟ ପ୍ରଶାନ୍ତ ବଳ, ସିଆରସିସି ରବିନ୍ଦ୍ର ନନ୍ଦୀ, ମୋସ୍କୁଲ କମିଟି ସଭ୍ୟ କୁଞବିହାରୀ ମାଝୀ, ପୂର୍ବତନ ଛାତ୍ର ଅଧର ଦାସ, କବି ସୁବାଷ ଦାସ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ ଧୂପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ବିଦ୍ୟାଳୟ ପରିଚାଳନା କମିଟି ଓ ମୋସ୍କୁଲ କମିଟିରସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.