Home ଓଡ଼ିଶା ପୋଲିସ୍ ମହା ନିର୍ଦ୍ଦେଶକଙ୍କର ମାଲକାନଗିରି ଗସ୍ତ

ପୋଲିସ୍ ମହା ନିର୍ଦ୍ଦେଶକଙ୍କର ମାଲକାନଗିରି ଗସ୍ତ

85

ମାଲକାନଗିରି ୨୦-୦୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲାର ସ୍ଵାଭିମାନ ଅଞ୍ଚଳରେ ରାଜ୍ୟ ର ସବୁଠାରୁ ଅଧିକ ମାଓବାଦୀ କାର୍ଯ୍ୟକଳାପ ଦେଖାଯାଇଥାଏ। ଗତ ଛଅ ମାସ ମଧ୍ୟରେ ଜିଲାର ହନ୍ତାଲଗୁଡ଼ା ଏବଂ ଦର୍ଲାବେଡ଼ା ଠାରେ ସୁରକ୍ଷା ବଳ ତରଫରୁ କମ୍ପାନୀ ଅପରେଟିଂ ବେସ ସ୍ଥାପନ ହେବାପରେ ମାଓବାଦୀ କାର୍ଯ୍ୟକଳାପ ଅନେକ ହ୍ରାସ ପାଇଛି। ଏହି ପରିପ୍ରେକ୍ଷୀରେ ସ୍ଵାଭିମାନ ଅଞ୍ଚଳ ର ଯୋଡାମ୍ବଠାରେ ଆଜି ଠାରୁ ଏକ ଥାନା କାର୍ଯ୍ୟ କରିବା ଆରମ୍ଭ କରିଛି। ଏହି ଥାନାଟି ବିଭିନ୍ନ କାରଣ ପାଇଁ ପୂର୍ବରୁ ଚିତ୍ରକୋଣ୍ଡା ଠାରେ କାର୍ଯ୍ୟ କରିଆସୁଥିଲା। ଏହି ଥାନା ଜିଲାର ୫ ଟି ଗ୍ରାମ ପଞ୍ଚାୟତ ଅଞ୍ଚଳ ଯଥା ଜନ୍ତ୍ରୀ, ଅନ୍ଦ୍ରାପଲ୍ଲୀ, ପଣସପୁଟ, ଯୋଡାମ୍ବ ଏବଂ ଗଜଲମା ମୁଡି ଅଞ୍ଚଳରେ ସେବା ପ୍ରଦାନ କରି ରାଜ୍ୟ ସରକାରଙ୍କ ର ବିକାଶମୂଳକ କାର୍ଯ୍ୟକୁ ତ୍ଵରାନିତ କରିବ।

ସ୍ଵାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ଫଳରେ ବିଗତ ଛଅ ମାସ ମଧ୍ୟରେ ବିକାଶ ମୂଳକ କାର୍ଯ୍ୟକ୍ରମ ର ଅନେକ ଅଗ୍ରଗତି ଘଟିଛି।

୧- ଅଞ୍ଚଳରେ ରାସ୍ତା ସଂଯୋଗୀକରଣ ଓ ଗମନାଗମନ ଉପରେ ଅଧିକ ଧ୍ୟାନ ଦିଆଯାଇଛି। ଫଳରେ ଗତ ଛଅ ମାସ ମଧ୍ୟରେ ଅନେକ ନୂତନ ରାସ୍ତା ପ୍ରକଳ୍ପ ଆରମ୍ଭ କରାଯାଇଅଛି। ସେ ସବୁ ପ୍ରକଳ୍ପ ମଧ୍ୟ ରେ ଅଛନ୍ତି

କ- ବଡପଡା ଠାରୁ ଜନ୍ତାପାଇ (କାର୍ଯ୍ୟ ସମାପ୍ତ ହୋଇଛି )

ଖ- ଜନ୍ତାପାଇ ଠାରୁ ଯୋଡାମ୍ବ (ସମାପ୍ତ ଉପରେ )

ଗ- ଯୋଡାମ୍ବଠାରୁ ଗୁଆର ସେତୁ ଓ ପଣସପୁଟ (ରାସ୍ତା ଆରମ୍ଭ ହେଉଅଛି)

ଘ- ଜନ୍ତୁରାଇ ଠାରୁ ଗଜଲମା ମୁଡି (ରାସ୍ତା କାମ ଜାରି ଅଛି )

ଙ- ଦର୍ଲାବେଡ଼ା ଠାରୁ କୁଟୁଣୀପଦର (କାର୍ଯ୍ୟ ଜାରି ରହିଛି )

ଚ- ଜନ୍ତାପାଇ ଠାରୁ ପେପର ମେଟାଲ, ଧୁଳି ପୁଟ ଓ ଶିଙ୍ଗ ବରାମ (ରାସ୍ତା କାର୍ଯ୍ୟ ଜାରି ରହିଛି )

ଛ- ହନ୍ତାଳ ଗୁଡା ଠାରୁ କାଳିବନ୍ଧ ଓ ବନ୍ଧ ଗୁଡା ରାସ୍ତା (କାର୍ଯ୍ୟ ଜାରି ରହିଛି )



ରାସ୍ତା କାର୍ଯ୍ୟ ରେ ଅଗ୍ରଗତି ହେତୁ ବର୍ତ୍ତମାନ ସେ ଅଞ୍ଚଳରେ ଅଟୋ ରିକ୍ସା ଓ ଅନ୍ୟାନ୍ୟ ଛୋଟ ଗାଡି ଯାଆସ କରି ପାରୁଛି। ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ୨ ଚକିଆ ଓ ଗଧ ଦ୍ଵାରା ଏହି ଅଞ୍ଚଳରେ ପରିବହନ କାର୍ଯ୍ୟ କରାଯାଉଥିଲା। ବର୍ତ୍ତମାନ ରାସ୍ତାଘାଟ ର ଉନ୍ନତି କରଣ ଫଳରେ ପରିବହନ ଓ ଯାତାୟାତ କ୍ଷେତ୍ର ରେ ବ୍ୟାପକ ସୁଧାର ଆସିବା ସହ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟକ୍ରମର ମଧ୍ୟ ବ୍ୟାପକ ଉନ୍ନତି ହୋଇଛି। ବର୍ତ୍ତମାନ ଟ୍ରକ, ଟ୍ରାକ୍ଟର ଆଦି ଯାନବାହାନ ଦୁର୍ଗମ ଅଞ୍ଚଳକୁ ମଧ୍ୟ ପହଞ୍ଚିବାରେ ସକ୍ଷମ ହୋଇପାରୁଛି, ଫଳରେ ନଳକୂପ ଖନନ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଜନ୍ତ୍ରପାତି ଆଦି ମଧ୍ୟ ସହଜରେ କାର୍ଯ୍ୟ ସ୍ଥଳରେ ପହଞ୍ଚି ପାରୁଛି।

୨- ଯୋଡାମ୍ବ ଏବଂ ଜନ୍ତାପାଇ ଠାରେ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ର ବ୍ୟବସ୍ଥା କରାଯାଇଛି।

୩ – ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକର ନବୀକରଣ କାର୍ଯ୍ୟ ଜାରି ରହିଛି।

୪- ଯୋଗାଯୋଗର ବିକାଶ ପାଇଁ ମୋବାଇଲ ଟାୱାର ସ୍ଥାପନ କରାଯାଇଛି।

୫- ଏହା ଛଡା ଅଞ୍ଚଳରେ ନଳକୂପ ଖନନ, ଇଲେକଟ୍ରିକ ସବଷ୍ଟେସନ ନିର୍ମାଣ, ଆଦିବାସୀ ହଷ୍ଟେଲ ସ୍ଥାପନ, ଖେଳ ପଡିଆ ଆଦି କରାଯାଇ ବିକାଶ କାର୍ଯ୍ୟକୁ ତ୍ଵରାନ୍ୟିତ କରାଯାଉଅଛି।

ଯୋଡାମ୍ବ ଠାରେ ଏକ ଥାନା ସ୍ଥାପନ ଫଳରେ ସ୍ଵାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ କ୍ରମ ଗୁଡିକ ଆହୁରି ଆଧିକ ଅଗ୍ରଗତି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.