Home କୋରାପୁଟ ପୋଖରୀରେ ବୁଡି ଜଣେ ମୃତ

ପୋଖରୀରେ ବୁଡି ଜଣେ ମୃତ

453

କୋରାପୁଟ ୧୭-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ବ୍ଲକ ମସ୍ତିପୁଟ ପଂଚାୟତ ବଣ୍ଡାଗୁଡା ଗ୍ରାମର ତିଳକ ଚେଟ୍ଟୀ (୫୨) ନାମକ ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ତିଳକ ଗତକାଲି ରାଉତପୁଟ ଗ୍ରାମକୁ ଏକ ଶବ ସତ୍କାର କାର୍ଯ୍ୟରେ ଯାଇଥିଲେ। ଶବ ସତ୍କାର ଶେଷ ହେବା ପରେ ସେ ଗାଁକୁ ଫେରୁଥିବାବେଳେ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ। ସଦର ପୁଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତଦେହ ଉଦ୍ଧାର କରିବା ପରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରା ଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ସଦର ଥାନାରେ ଏକ ଅପମୃତ୍ୟୁ(କେଶ୍ ନଂ-୪/୨୦୧୯) ମାମଲା ରୁଜୁ କରା ଯାଇ ଘଟଣାର ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.