Home ଓଡ଼ିଶା ପେଟ୍ରୋଲ ଢାଳି କଲେଜ ଛାତ୍ରର ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଆବସ୍ଥାରେ ପୁଲିସ ଡାକ୍ତରଖାନା ନେଲେ

ପେଟ୍ରୋଲ ଢାଳି କଲେଜ ଛାତ୍ରର ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଆବସ୍ଥାରେ ପୁଲିସ ଡାକ୍ତରଖାନା ନେଲେ

109

ମାଲକାନଗିରି, ୪ା୧୧ (ଓଡିଆ ପୁଅ ) ଜିଲ୍ଲାସଦର ମହକୁମାଠାରୁ ପ୍ରାୟ ୧୦ କିମି ଦୂର ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାକଡରେ ଜଣେ କଲେଜ ଛାତ୍ର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ମାଥିଲି ଥାନାସ୍ଥ ଦେବାନପାଲି ଗ୍ରାମର ଆଦିବାସୀ ଯୁବକ ସୁରେନ୍ଦ୍ର ପୁଜାରୀ (୧୭) ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ନୂଆଗୁଡା ଗ୍ରାମ ଠାରେ ଥିବା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଯୁକ୍ତଦୁଇରେ ଅଧ୍ୟୟନ କରନ୍ତି। ସେ କୌଣସି କାରଣ ଯୋଗୁ ସହର ଠାରୁ ୧୦କିମି ଦୂର ମାଲକାନଗିରି ଜୟପୁର ମୁଖ୍ୟ ରାଜପଥ ପଦ୍ମଗିରି ଛକଠାରେ ଶନିବାର ଦିନ ସଂନ୍ଧ୍ୟାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଗ୍ରାମବାସୀମାନେ ଦେଖି ନିଆଁ ଲିଭାଇବାକୁ ଚେଷ୍ଟାକରି ବା ସହ ୧୦୮ ଆମ୍ବୁଲାନ୍ସକୁ ଫୋନକରିଥିଲେ। ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ହେବାରୁ ଥାନାକୁ ଫୋନକରିଥିଲେ, ସଙ୍ଗେ ସଙ୍ଗେ ମାଲକାନଗିରି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ ପୁଲିସ ସଦଳବଳ ପହଁଚି ଅର୍ଦ୍ଦଦଗ୍ଧ ଅବସ୍ଥାରେ ସୁରେନ୍ଦ୍ରଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଥିଲେ। ଏହା କଲେଜକର୍ତୃପକ୍ଷ ଜାଣିବାପରେ ହସପିଟାଲରେ ପହଁଚି ଛାତ୍ରର ଚିକିତ୍ସା ବ୍ୟବସ୍ଥା କରି ତାଙ୍କ ବାପାଙ୍କୁ ଖବର ପଠାଇଥିଲେ।

ହସପିଟାଲରେ ପୁଲିସ ସୁରେନ୍ଦ୍ର ଙ୍କ ବୟାନ ନେଇଥିଲେ, ସେ କିପରି ପୋଡିହେଲେ, ତାଙ୍କୁ ଶିକ୍ଷକ ଆଉକି କିଏ ଅସୁବିଧା କଲେକି ପାରିବାରୁ କେହି ମୋର ଅସୁବିଧା କରିନାହାଁନ୍ତି କି କିଏ ମୋତେ କିଛି କହିନାହାଁନ୍ତି, ଏହା ମୋର ବ୍ୟକ୍ତିଗତ ବ୍ୟାପାର ମୋର ମାନସିକ ପରିସ୍ଥିତି ଠିକ ନଥିବାରୁ ମୁଁ ବିଦ୍ୟାଳୟର ପାଚେରି ଡେଇଁ ଲୁଚିକି ପଳାଇଆସି ଦୋକାନରୁ ଦୁଇଲିଟର ପେଟ୍ରୋଲ କିଣି ନେଇ ନିଜ ଦେହରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି ବୋଲି କହିଥିଲେ। ସୁରେନ୍ଦ୍ର ଙ୍କ ଦେହରେ ପ୍ରାୟ ୯୦ ପ୍ରତି ଶତ ପୋଡି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ବ୍ରହ୍ମପୁର ହସପିଟାଲକୁ ଉଚ୍ଚତର ଚିକିତ୍ସା ନିମନ୍ତେ ପଠାଇଦିଆ ଯାଇଛି। ସୁରେନ୍ଦ୍ର ଗତ ତିନି ମାସହେଲା ଯୁକ୍ତଦୁଇ ଶ୍ରେଣୀରେ ନାମଲେଖାଇ ଅଧ୍ୟୟନ କରୁଥିଲା। ସେଜଣେ ଉତ୍ତମ ଛାତ୍ରଥିଲେ ଭଲ ପାଠପଢୁଥିଲେ। ଗତ ଦୁର୍ଗାପୁଜା ଛୁଟିରେ ସେ ଘରକୁ ଯାଇ ଫେରିବା ପରେ ତାଙ୍କର ମାନସିକ ପରିସ୍ଥିତି ଠିକ ନଥିବାପରି ଜଣାପଡୁଥିଲା। ସବୁବେଳେ ଚୁପ ଚାପ ରହୁଥିଲେ। ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ତାଙ୍କ ରୁମକୁ ଯାଇଥିଲେ, ସଂନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ଥିବାରୁ ତାଙ୍କୁ ବହୁତ ଖୋଜା ଖୋଜି କରି ନ ପାଇବାରୁ ବିଦ୍ୟାଳୟ ପକ୍ଷରୁ ମାଲକାନଗିରି ଥାନାରେ ସୁରେନ୍ଦ୍ର ନିଖୋଜ ସଂପର୍କରେ ଏତଲା ଦିଆଯାଇଥିଲା। ଏତଲାର କିଛି ସମୟ ପରେ ଆମେ ଜାଣିବାକୁ ପାଇଥିଲୁ ସୁରେନ୍ଦ୍ର ପୋଡିହୋଇ ମେଡିକାଲରେ ଚିକିତ୍ସିତ ହେଉଛି, ସେ ସାମନା ପାଖ ଗେଟ ବାଟେ ନ ଯାଇ ଛାତ୍ରବାସ ପଛପଟେ ପାଚେରି ଡେଇଁ ପଳାଇଥିବାରୁ ଆମେ କିଛି ଜାଣିପାରିନଥିଲୁ, ସେ କାହିଁକି ଗଲା ଓ ନିଜ ଦେହରେ ନିଆଁ ଲଗାଇଲା ସେ ବିଷୟରେ ଆମେ କି ତାର ରୁମ ମେଟ ସାଙ୍ଗସାଥିମାନେ କିଛି ଜାଣିନାହୁଁ, ସେ ତୁରନ୍ତ ଆରୋଗ୍ୟ ହୋଇ ପୁଣି ବିଦ୍ୟାଳୟକୁ ଫେରି ଆସୁ ବୋଲି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା କହିଛନ୍ତି। ଏହା ଏକ ପ୍ରେମ ବ୍ୟପାର ହୋଇଥାଇ ପାରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ମାଲକାନଗିରି ଥାନା ପକ୍ଷରୁ ଏସଂପର୍କରେ ଏକ କେସ ରୁଜୁ କରାଯାଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.