Home ଜିଲ୍ଲା ପରିକ୍ରମା ପୃଥକ ଦୁର୍ଘଟଣାରେ ତିନି ଆହତ, ନିଶାସକ୍ତ ଚାଳକ ଗିରଫ

ପୃଥକ ଦୁର୍ଘଟଣାରେ ତିନି ଆହତ, ନିଶାସକ୍ତ ଚାଳକ ଗିରଫ

28

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣାରେ ତିନି ଆହତ ହୋଇଥିବା ବେଳେ ନିଶାସକ୍ତ ଟ୍ରକ ଚାଳକକୁ ପୁଲିସ ଗିରଫ କରିଛି । ୧୬ ନଂ ଜାତୀୟ ରାଜପଥର ତହସିଲ ଛକ ନିକଟରେ ସ୍ଥାନୀୟ ବ୍ଲକ କର୍ମଚାରୀ ସରୋଜ ପାଣିଗ୍ରାହୀଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭଦ୍ରକ ପଠାଯାଇଛି । ସେହିପରି ଛତାବର-ମଞ୍ଜୁରୀରୋଡ ରାସ୍ତାରେ ନାରାୟଣପୁର ଛକରେ ଘଟିଥିବା ଅନ୍ୟଏକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ପ୍ରଦୀପ ଜେନା(୨୨) ଓ ଚନ୍ଦନ ଜେନା (୨୦) ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଚିକିତ୍ସା ପାଇଁ ଯାଜପୁର ଡାକ୍ତରଖାନାକୁ ପଠାଯାଇଛି । ପୁଲିସ ପକ୍ଷରୁ ରାତ୍ରକାଳୀନ ।ଟ୍ରୋଲିଂ ସମୟରେ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟରୁ ଜଣେ ନିଶାସକ୍ତ ଟ୍ରକ ଚାଳକକୁ ଧରାଯାଇଛି । ବିହାର ରାଜ୍ୟର ପଙ୍କଜ କୁମାର ରାୟ(୨୩) ନାମକ ଟ୍ରଲର ଚାଳକକୁ ୯/୨୧ ନଂ ମାମଲା ମୂଳେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.