Home ଜାତୀୟ ପୂର୍ବ ସରକାର ଦେଶକୁ ଇଂରେଜଙ୍କ ଚଷମାରେ ଦେଖୁଥିଲେ:ମୋଦୀ

ପୂର୍ବ ସରକାର ଦେଶକୁ ଇଂରେଜଙ୍କ ଚଷମାରେ ଦେଖୁଥିଲେ:ମୋଦୀ

1068

★ସ୍ୱାଧୀନ ହିନ୍ଦ ସରକାରର ୭୫ ବର୍ଷ ପୂର୍ତ୍ତି
★ଲାଲକିଲାରେ ତ୍ରିରଙ୍ଗା ଉଡାଇଲେ ମୋଦୀ
★ରାଷ୍ଟ୍ରୀୟ ପୁଲିସ ସ୍ମାରକୀ ଦେଶକୁ ସମର୍ପିତ
★ଭାଷଣ ବେଳେ ଭାବୁକ ହେଲେ ମୋଦୀ

ନୂଆଦିଲ୍ଲୀ;୨୧,ଅକ୍ଟୋବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସ୍ୱାଧିନ ହିନ୍ଦ ସରକାରଙ୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଲାଲକିଲାରେ ତ୍ରିରଙ୍ଗା ଉଡାଇଛନ୍ତି।ଏହା ସହିତ ସେଠାରେ ସ୍ୱାଧିନ ହିନ୍ଦ ଫୌଜକୁ ସମର୍ପିତ ସଂଗ୍ରହାଳୟର ମଧ୍ୟ ଉଦ୍ଘାଟନ କରିଛନ୍ତି।ଏହି ସମୟରେ ମୋଦୀ କହିଥିଲେ ଯେ ମୁଁ ଦେଶବାସୀଙ୍କୁ ସ୍ୱାଧିନ ହିନ୍ଦ ସରକାରର ୭୫ ବର୍ଷ ପୂର୍ତ୍ତି ପାଇଁ ଶୁଭେଛା ଜଣାଉଛି।ଏହା ସହ ମୋଦି ପୁଲିସ ସ୍ମୃତି ଦିବସ ଉପଲକ୍ଷେ ରାଷ୍ଟ୍ରୀୟ ପୁଲିସ ସ୍ମାରକୀର ଉଦ୍ଘାଟନ ମଧ୍ୟ କରିଛନ୍ତି। ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ବୀର ଜବାନ ମାନଙ୍କ ପାଇଁ ସମ୍ମାନ ପ୍ରାରମ୍ଭ କରିବା ମଧ୍ୟ ଘୋଷଣା କରିଛନ୍ତି।ଏଣିକି ପ୍ରତ୍ୟେକ ବର୍ଷ ବୀରମାନଙ୍କୁ ସମ୍ମାନ ନେତାଜୀଙ୍କର ଜନ୍ମଦିବସ (୨୩ ଜାନୁୟାରୀ)ରେ ପ୍ରଦାନ କରାଯିବ।ଦେଶର ପୁଲିସ ଏବଂ ଜବାନଙ୍କର ସାହସ,ସେବା ଏବଂ ସମର୍ପଣକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଭାବୁକ ହୋଇଯାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣର ପ୍ରମୁଖ ବିନ୍ଦୁ :-

● ଆମେମାନେ ଅନେକ ବଳିଦାନ ପରେ ସ୍ଵରାଜ ହାସଲ କରିଛେ।ଏବେ ଏହା ଆମର କର୍ତ୍ତବ୍ୟ କି ଆମେ ଏହି ‘ସ୍ୱରାଜ’କୁ ‘ସୁରାଜ’ ସହିତ ଯୋଡ଼ି ରଖିବା।ମୋଦୀ କହିଲେ କି ୱାନ ରେଙ୍କ ୱାନ ପେନସନ ଯୋଜନା ସରକାର ନିଜର କଥା ମୁତାବକ ସମ୍ପୂର୍ଣ୍ଣ କରୁଛି।ପୂର୍ବ ସୈନିକଙ୍କୁ ଏରିୟର ମଧ୍ୟ ଦିଆଯାଇଛି।ସପ୍ତମ ବେତନ ଆୟୋଗଙ୍କର ଫାଇଦା ମଧ୍ୟ ଉପଲବ୍ଧି କରାଯାଇଛି।
● ନେତାଜୀଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଏବଂ ଏକ ମାତ୍ର ମିଶନ ଥିଲା ଭାରତର ଆଜାଦୀ।ଏହା ତାଙ୍କର ବିଚାରଧାରା ଥିଲା ଏବଂ ଏହା ତାଙ୍କର କର୍ମକ୍ଷେତ୍ର ଥିଲା।ଭାରତ ଅନେକ ପଦକ୍ଷେପରେ ଆଗକୁ ବଢିଛି,କିନ୍ତୁ ଏବେ ବି ଶୀର୍ଷକୁ ଯିବା ବାକି ଅଛି।ଏହି ଲକ୍ଷ ପ୍ରାପ୍ତି ପାଇଁ ଆଜି ଭାରତର ୧୩୦ କୋଟି ଲୋକ ନୂଆ ଭାରତର ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି।ଏକ ଏମିତି ନୂଆ ଭାରତ,ଯାହାର କଳ୍ପନା ସୁଭାଷ ବୋଷଙ୍କର ଥିଲା।
● ବୀରତାର ଶୀର୍ଷରେ ପହଁଚିବାର ମୂଳଦୁଆ ନେତାଜୀଙ୍କର ପିଲାବେଳ ସମୟରେ ହିଁ ପଡ଼ି ଯାଇଥିଲା।ଏହାର ଉଦାହରଣ ତାଙ୍କ ଦ୍ଵାରା ୧୯୧୨ରେ ତାଙ୍କ ମା’ କୁ ଲେଖା ଚିଠିରୁ ଜଣାପଡ଼େ।ସେଥିରେ ଲେଖାଥିଲା “ମା’, କ’ଣ ଆମ ଦେଶ ଦିନକୁ ଦିନ ଅଧିକ ତଳକୁ ଯାଉଥିବ?କ’ଣ ଏହି ଭାରତମାତାର କୌଣସି ଏକ ମଧ୍ୟ ପୁତ୍ର ଏମିତି ନୁହେଁ,ଯିଏ ନିଜର ସ୍ଵା‍ର୍ଥକୁ ତ୍ୟାଗ କରି ନିଜର ସଂପୂର୍ଣ୍ଣ ଜୀବନ ଭାରତ ମା’ଙ୍କୁ ସମର୍ପିତ କରି ପାରିବ?କୁହ ମା’ ଆମେମାନେ ଏମିତି ଶୋଇ ରହିଥିବା?ପତ୍ରରେ ଏହା ମଧ୍ୟ ଲେଖାଥିଲା କି ଏବେ ଆଉ ପ୍ରତୀକ୍ଷା କରାଯାଇ ପାରିବନି।ଏବେ ଆଉ ଶୋଇବାର ସମୟ ନୁହେଁ।ଏବେ ଆଳସ୍ୟ ତ୍ୟାଗ କରି କର୍ମରେ ଲାଗିଯିବାକୁ ପଡ଼ିବ।
● ଆଜି ମୁଁ କହି ପାରିବି ଯେ ଭାରତ ଏବେ ଏକ ଏପରି ସେନାର ନିର୍ମାଣ ଦିଗରେ ବଢୁଛି,ଯାହାର ସ୍ୱପ୍ନ ନେତାଜୀ ଦେଖିଥିଲେ।ଜୋଶ,ଜୁନୁନ ଏବଂ ଜଜବା ଆମର ସୈନ୍ୟମାନଙ୍କର ପରମ୍ପରାର ଅଂଶ ହୋଇଯାଇଛି।ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ଶକ୍ତିରେ ମଧ୍ୟ ବୃଦ୍ଧି ଘଟୁଛି। ଆମର ସୈନ୍ୟଶକ୍ତି ସର୍ବଦା ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଆଗକୁ ମଧ୍ୟ ରହିବ।
● ଆଜାଦ ହିନ୍ଦ ସରକାର କେବଳ ନାମକୁ ନଥିଲା।ନେତାଜୀଙ୍କର ନେତୃତ୍ଵରେ ଏହି ସରକାର ପ୍ରତ୍ୟେକ କ୍ଷେତ୍ରରେ ଯୋଜନା ସହିତ ଜଡ଼ିତ ଥିଲା।ଏହି ସରକାରଙ୍କର ନିଜସ୍ୱ ବ୍ୟାଙ୍କ ଥିଲା,ନିଜସ୍ୱ ମୁଦ୍ରା ଥିଲା,ନିଜସ୍ୱ ଡାକ ଟିକଟ ଥିଲା,ନିଜର ଗୁପ୍ତଚର ସଂସ୍ଥା ମଧ୍ୟ ଥିଲା।ଆଜି ମୁଁ ସେହି ମାତାପିତାଙ୍କୁ ନମନ କରୁଛି,ଯିଏ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସୁପୁତ୍ର ଦେଶକୁ ଦେଇଥିଲେ।ମୁଁ ନତମସ୍ତକ ସେହି ସୈନିକ ଏବଂ ତାଙ୍କ ପରିବାର ନିକଟରେ ଯିଏ ସ୍ୱତନ୍ତ୍ରତା ଲଢେଇରେ ନିଜକୁ ସମର୍ପଣ କରି ଦେଇଥିଲେ।

ପିଏମ ମୋଦୀ ଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ରାଷ୍ଟ୍ରୀୟ ପୁଲିସ ସ୍ମାରକୀର ଉଦ୍ଘାଟନ ମଧ୍ୟ କରିଥିଲେ।ପୁଲିସ ସ୍ମୃତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଶହୀଦ ପୁଲିସକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ:-

● ଆପଣ ମାନଙ୍କର ସତର୍କତା କାରଣରୁ ହିଁ ଦେଶରେ ଅଶାନ୍ତି ସୃଷ୍ଟି ଯୋଜନା କରୁଥିବା ଶକ୍ତି ଗୁଡ଼ିକ ବିଫଳ ହୋଇଥାଆନ୍ତି।ଆପଣ ମାନଙ୍କର କାରଣରୁ ହିଁ ଦେଶରେ ଶାନ୍ତି ବଜାୟ ରହିଛି।
● ମୁଁ ପୁଲିସକର୍ମୀ ମାନଙ୍କର ଶୌର୍ଯ୍ୟକୁ ନମନ କରୁଛି।ବୀର ଏବଂ ବୀରଙ୍ଗନା ମାନଙ୍କୁ ଶତଶତ ନମନ।ଆଜିର ଦିନ ଦେଶ ପାଇଁ ଜୀବନ ସମର୍ପିତ କରିଥିବା ଲୋକଙ୍କୁ ସ୍ମରଣ କରିବାର ଦିନ।ପ୍ରତ୍ୟକ ରୃତୁ,ପ୍ରତ୍ୟେକ ପର୍ବପର୍ବାଣୀ,ପ୍ରତ୍ୟେକ ସମୟରେ ପୁଲିସ ଦେଶସେବା ପାଇଁ ପ୍ରସ୍ତୁତ ରହିଥାଏ।ମୁଁ ପୁଲିସକର୍ମୀ ମାନଙ୍କର ପରିବାରକୁ ମଧ୍ୟ ଶତଶତ ନମନ କରୁଛି।ବିନା ନାମ ନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ କରି ମୋଦୀ କହିଥିଲେ ଯେ ଏକ ପରିବାର ପାଇଁ ଦେଶର ସୁପୁତ୍ର ମାନଙ୍କୁ ଭୁଲି ଦିଆଯାଇଥିଲା।ଦେଶର ସହିଦମାନଙ୍କୁ ଭୁଲାଇ ଦିଆଯିବାକୁ ଚେଷ୍ଟା କରାଯାଇଥିଲା।ପୂର୍ବର ସରକାର ଭାରତକୁ ଇଂରେଜଙ୍କର ଚଷମାରେ ଦେଖୁଥିଲେ।
● ରାଷ୍ଟ୍ରୀୟ ପୁଲିସ ସ୍ମାରକ ନିର୍ମାଣରେ ଅନେକ ବାଧା ସୃଷ୍ଟି କରାଗଲା।ଦେଶର ବୀରଙ୍କ ପାଇଁ ପୂର୍ବ ସରକାର ବୈମାତୃିକ ମନୋଭାବ ଦେଖାଇଛି।ଆମର ସରକାର ବୀରଙ୍କୁ ସମ୍ମାନ ଦେଲା।ମୋଦୀ ପ୍ରଶ୍ନ କରିଥିଲେ ଯେ, ସ୍ୱାଧୀନତା ପରେ ମଧ୍ୟ ଏହି ମେମୋରିଆଲକୁ କରିବାରେ କ’ଣ ପାଇଁ ୭୦ ବର୍ଷ ଲାଗିଗଲା?ପୂର୍ବ ସରକାର ଚାହିଁଥିଲେ ଏହା ବହୁ ପୂର୍ବରୁ କରି ପାରିଥାଆନ୍ତା।ଆଡଭାଣୀଙ୍କ ଦ୍ଵାରା ଶିଲାନ୍ୟାସ ପରେ ମଧ୍ୟ ମଧ୍ୟ ଏହି ମେମୋରିଆଲ କରିବାରେ ବହୁତ ସମୟ ଲାଗିଗଲା।ଆମ ସରକାର ଆସିବା ପରେ ଏହି ମେମୋରିଆଲ କାମ ପୁଣି ଆରମ୍ଭ କଲା।
● ଆଜିର ଦିନ ଆପଣ ସମସ୍ତଙ୍କର ସେବା ସହିତ ଶୌର୍ଯ୍ୟ ଏବଂ ବଲିଦାନକୁ ସ୍ମରଣ କରିବାର ଦିନ।ପୁଲିସ ସ୍ମୃତି ଦିବସ ସେହି ସାହସୀ ପୁଲିସ କର୍ମୀଙ୍କର ଗାଥା,ଯେଉଁମାନେ ଲଦ୍ଦାଖର କଠିନ ପରିସ୍ଥିତିରେ ମଧ୍ୟ ସର୍ବଦା କାମ କରୁଥିଲେ।ଏପରି ପ୍ରତ୍ୟେକ ବୀର/ବୀରାଙ୍ଗନା ମାନଙ୍କୁ ମୁଁ ଶତଶତ ନମନ କରୁଛି।ମୁଁ ଆପଣ ସମସ୍ତଙ୍କ ସାମନାରେ ନତମସ୍ତକ,ଯେଉଁମାନେ ଦେଶ ପାଇଁ ଏତେ ବଳିଦାନ ଦେଇଛନ୍ତି।ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମତେ ରାଷ୍ଟ୍ରୀୟ ପୁଲିସ ମେମୋରିୟଲକୁ ଦେଶକୁ ସମର୍ପିତ କରିବାର ସୁଯୋଗ ମିଳିଲା।
● ପାକିସ୍ଥାନ ଏବଂ ଚାଇନାକୁ ମଧ୍ୟ ଟାର୍ଗେଟ କରି ମୋଦୀ କହିଥିଲେ ଆମେ ଅନ୍ୟର ଜମି ଉପରେ ନଜର ପକାଏ ନାହିଁ।କିନ୍ତୁ ଭାରତର ସମ୍ପ୍ରଭୁତା ପାଇଁ ଯାହା ବି ଚୁନୌତି ଆସିବ,ତାକୁ ଦୁଇଗୁଣ ଶକ୍ତିରେ ଜବାବ ଦିଆଯିବ।ଭାରତ ସେହି ସେନାର ନିର୍ମାଣ ଦିଗରେ ଆଗକୁ ବଢୁଛି,ଯେଉଁ ସ୍ୱପ୍ନ ନେତାଜୀ ଦେଖିଥିଲେ।ଆମର ସେନା ଦିନକୁ ଦିନ ସଶକ୍ତ ହେଉଛି।ସର୍ଜିକାଲ ଷ୍ଟ୍ରାଇକ ଆମର ସରକାରର ନିଷ୍ପତି ଥିଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.