Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ , ୬ ଗୁରୁତର;ଗାଁରେ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ , ୬ ଗୁରୁତର;ଗାଁରେ ପୁଲିସ ଫୋର୍ସ ମୁତୟନ

77

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଭଗବାନପୁର ପଂଚାୟତ ପଳିକିରୀ ଗ୍ରାମର ଦୁଇଟି ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଉଭୟ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଜଣେ ମହିଳାଙ୍କ ସମେତ ପ୍ରାୟ ୬ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ ପଳିକିରୀ ଗ୍ରାମର ଦୟାନିଧି ମାଝୀ ଓ ଖଗେଶ୍ୱର ଦାସଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ଆଜି କୌଣସି କାରଣରୁ ଦାସ ଓ ମାଝୀ ପରିବାରଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା । ପରେ ଏହି ଘଟଣାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରୁ ଦୟାନିଧି ମାଝୀ, ଶାନ୍ତିଲତା ମାଝୀ, ପିତାମ୍ବର ମାଝୀ, ବିଶ୍ୱନାଥ ମାଝୀ, ଖଗେଶ୍ୱର ଦାଶ, ଶରତ ଦାଶ ପ୍ରମୁଖ ଗୁରୁତର ଆହତ ହେବାରୁ ସେମାନଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ଧାମନଗର ପୁଲିସ ପଳିକିରୀ ଗ୍ରାମରେ ପହଂଚି ପରିସ୍ଥିତିକୁ ନିୟନ୍ତଣ କରିଥିବା ବେଳେ ଗ୍ରାମରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ପକ୍ଷଙ୍କ ସମର୍ଥକ ମାନେ ଫେରାର ଥିବା ବେଳେ ସଂପୃକ୍ତ ଗ୍ରାମରେ ଚାପା ଉତେଜନା ଲାଗିରହିଛି । ତେବେ ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.