Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା

56

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ଫାଟକ ନିକଟରେ ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ସ୍ୱର୍ଗତ ତ୍ରିଲୋଚନ ପଣ୍ଡାଙ୍କ ପୁଅ ସତ୍ୟଜିତ ପଣ୍ଡା (୨୩) ଆଜି ମଧ୍ୟାହ୍ନ ପ୍ରାୟ ସାଢେ ତିନିଟା ସମୟରେ ମୁମୂର୍ଷ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଖବରପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳେ ପହଂଚି ସଂପୃକ୍ତ ଯୁବକକୁ ଉଦ୍ଧାର କରି ଧାମନଗର ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗଦେଇ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ଥାନାଧିକାରୀ ରତିକାନ୍ତ ଗିରି, ଏସଆଇ ମୋତିଲାଲ ମାରାଣ୍ଡି, ଏଏସଆଇ ମହେଶ୍ୱର ପ୍ରଧାନ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ଯେଉଁ ସ୍ଥାନରୁ ସତ୍ୟଜିତଙ୍କୁ ଉଦ୍ଧାର କରାଯାଇଥିଲା, ସେଠାରେ ତାଙ୍କ ବାଇକ ପଡିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଗତ କିଛି ମାସ ପୂର୍ବେ ସତ୍ୟଜିତଙ୍କ ସହିତ ଉକ୍ତ ଅଂଚଳର କେତେକ ଯୁବକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏଥିରେ ଅପରପକ୍ଷର ଯୁବକମାନେ ଗୁରୁତର ଆହତ ହୋଇଥିବା ବେଳେ ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ସତ୍ୟଜିତଙ୍କୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଶ୍ରୀ ଗିରି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.