Home ଜାତୀୟ ପୂର୍ବଜଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ ମୋଗଲଙ୍କ ବଂଶଜ!

ପୂର୍ବଜଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ ମୋଗଲଙ୍କ ବଂଶଜ!

2349

ପ୍ରାୟଶ୍ଚିତ ପାଇଁ ମସ୍ତକରେ ରଖିଲେ ଚରଣ ପାଦୂକା
ଭୁବନେଶ୍ୱର;୧୭,ଅକ୍ଟୋବର:ନିଜକୁ ମୋଗଲଙ୍କ ବଂଶଜ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ନିଜର ପୂର୍ବଜଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।ଏହା ସହ ସେ ନିଜ ମସ୍ତକ ଉପରେ ଚରଣ ପାଦୂକା ରଖି ପୂର୍ବଜଙ୍କ ଭୁଲ ପାଇଁ ପ୍ରତୀକାତ୍ମକ ଭାବରେ ପ୍ରାୟଶ୍ଚିତ କରିଛନ୍ତି।

ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହାଇଦ୍ରାବାଦର ଜଣେ ନବାବ/ରାଜକୁମାର ଯାକୁବ ହବିବୁଦ୍ଦୀନ ତୁସୀ।ସେ ଅଯୋଧ୍ୟା ଯାଇ ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବଜଙ୍କ ଭୁଲ(ମନ୍ଦିର ଧ୍ୱଂସ) ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।ଏବଂ ଏହା ସହ ସେ ନିଜ ମସ୍ତକ ଉପରେ ଚରଣ ପାଦୂକା ରଖି ପୂର୍ବଜଙ୍କ ଭୁଲ ପାଇଁ ପ୍ରତୀକାତ୍ମକ ଭାବରେ ପ୍ରାୟଶ୍ଚିତ କରିଥିଲେ।ତୁସୀ ପୂର୍ବରୁ ବାବରୀ ମସଜିଦ ଏବଂ ତାଜମହଲ ଉପରେ ନିଜର ଅଧିକାର ଦାବି କରି ସାରିଛନ୍ତି।

ତୁସୀ ରାମ ମନ୍ଦିର ନିମନ୍ତେ ଶିଳା ପୂଜନରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।ଏହି ଅବସରରେ ସେ କହିଥିଲେ ଯେ,ଟାଇଟେଲ ସୁଟକୁ ନେଇ ରାମ ଜନ୍ମଭୂମୀ ଏବଂ ବାବରୀ ମସଜିଦ ବିବାଦ।ଗୋଟିଏ ପକ୍ଷ ଅନୁଯାୟୀ ଏହି ଜମି ବାବରଙ୍କର ଅଟେ।କିନ୍ତୁ ତାଙ୍କ ବଂଶଜ ଅନୁଯାୟୀ ମୁଁ ଉକ୍ତ ଜମିକୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କୁ ଭେଟି ଦେଇଦେବି।ରାଜକୁମାର ତୁସୀ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ ପାଇଁ କାମନା କରିଥିଲେ।ଏହା ସହ ସେ କହିଥିଲେ ଯେ,ରାମ ମନ୍ଦିର ନିର୍ମାଣ ଆରମ୍ଭ ପୂର୍ବରୁ ପ୍ରଥମେ ସେ ସେଠାରେ ଏକ ସୁନାର ଇଟା ପ୍ରଥମେ ରଖିବେ।ଏହି ଅବସରରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବ ନେଇ ହିନ୍ଦୁ ମହାସଭା ପକ୍ଷରୁ ଅସନ୍ତୋଷ ପ୍ରକଟ କରାଯାଇଥିଲା।୨୦୧୯ ପୂର୍ବରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଆରପାର ଲଢ଼େଇ ହେବ ବୋଲି ସ୍ୱାମୀ ଚକ୍ରପାଣି ଧମକ ଦେଇଥିଲେ।ସୂଚନାଯୋଗ୍ୟ ଯେ ଚକ୍ରପାଣି ଦାଉଦ ଇବ୍ରାହିମର ଏକ କାରକୁ ନିଲାମ ସମୟରେ କିଣି ପରେ ତାକୁ ଜାଳି ଦେଇଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.