Home ଅପରାଧ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

140

ଯାଜପୁର୨୫ା୨(ଓଡିଆ ପୁଅ)ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସୋତି ଗ୍ରାମରେ ପୁର୍ବ ରାଗକୁ କେନ୍ଦ୍ରକରି ଜଣେ ଯୁବକକୁ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ନିସ୍ତୁକ ମାଡ଼ ମାରିବାର ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୁଚନାନୁସାରେ ଗ୍ରାମର ଗୈାରାଙ୍ଗ ନାୟକଙ୍କ ପୁଅ ଅନନ୍ତ ଗୋପାଳ ସହିତ ଗ୍ରାମର ନୀଳମଣୀ ଦାସଙ୍କ ପୁଅ ଜଗା, ନିର ଜେନାଙ୍କ ପୁଅ ସନ୍ତୋଷ, ନିରାକାର ଜେନାଙ୍କ ପୁଅ ମଣିଆ ଓ ମୁଷା ଦାସଙ୍କ ପୁଅ ନାଲୁଆ ସହିତ କୈାଣସି କାରଣକୁ ନେଇ କିଛି ଦିନ ପୁର୍ବେ ଗଣ୍ଡଗୋଳ ହୋଇଥିଲା ।

 

ତେବେ ଅନନ୍ତ ସୋମବାର ଦିନ ଅପରାହ୍ନରେ ବାଇକରେ ବଜାରରୁ ଫେରୁଥିବା ବେଳେ ଉକ୍ତ ଯୁବକ ମାନେ ପୁର୍ବ କଥାକୁ ନେଇ ଅନନ୍ତ ସହିତ ଯୁକ୍ତିତର୍କ କରିଥିଲେ । ପରେ ଏହା ଉଗ୍ର ରୁପ ଧାରଣ କରିବା ସହିତ ଯୁବକ ମାନେ ସଂଘବଦ୍ଧ ଭାବେ ତାକୁ ଠେଙ୍ଗା ଓ ରଡ଼ରେ ଆକ୍ରମଣ କରିଥିଲେ । ଫଳରେ ଅନ୍ତର ବାମ ହାତ ଭାଙ୍ଗି ଯାଇଥିଲା । ଏ ସଂକ୍ରାନ୍ତରେ ଅନନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.