Home ଓଡ଼ିଶା ପୁନଃପ୍ରବେଶ ନିମନ୍ତେ ବାର୍ଷିକଦେୟ ଦେଇ ନ ଥିବାରୁ କୋରାପୁଟ ସରକାରୀ କଲେଜର ୧୨୨ ଜଣ ଛାତ୍ରଛାତ୍ରୀ...

ପୁନଃପ୍ରବେଶ ନିମନ୍ତେ ବାର୍ଷିକଦେୟ ଦେଇ ନ ଥିବାରୁ କୋରାପୁଟ ସରକାରୀ କଲେଜର ୧୨୨ ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ !

116

କୋରାପୁଟ ; ତା୧୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ପୁନଃପ୍ରବେଶ ନିମନ୍ତେ ବାର୍ଷିକଦେଇ ଠିକ ସମୟସାରିଣୀରେ କାର୍ଯ୍ୟାଳୟରେ ଦାଖଲ କରି ନ ଥିବାରୁ କୋରାପୁଟ ସରକାରୀ କଲେଜର ୧୨୨ ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ହୋଇଯାଇଥିବା ଜଣାପଡିଛି।ଏଥିରେ ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି।କେନ୍ଦ୍ର ତଥା ରାଜ୍ୟ ସରକାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ଅନେକ ଯୋଜନା କରୁଥିବା ବେଳେ ଏଠାରେ ଛାତ୍ରଛାତ୍ରୀ ଡ୍ରପଆଉଟ ହେଉଛନ୍ତି ଏଥିପ୍ରତି ସରକାର ଧ୍ୟାନ ଦେଇ ଛାତ୍ରଛାତ୍ରୀ କିପରି ପୁନଃପ୍ରବେଶ କରି ଅଧ୍ୟୟନ ଜାରି ରଖିବାକୁ ସାଧାରଣରେ ଦାବି ହେଉଛି।ଏମଏ ଶିକ୍ଷା ବିଭାଗର ୨ ୟ ବର୍ଷର ୫ ଜଣ ରହିଥିବା ବେଳେ ଓଡିଆ ବିଭାଗର ଜଣେ ରହିଥିବା ଜଣାପଡିଛି। ଡିଗ୍ରୀ କଳା ବିଭାଗର ୨ ୟ ବର୍ଷର ୨୩ ଓ ଶେଷ ବର୍ଷର ୨୩,  ଡିଗ୍ରୀ ୨ ବର୍ଷ ବିଜ୍ଞାନରେ ୧୪ ଓ ଶେଷବର୍ଷରେ ୧୧,  ଡିଗ୍ରୀ କର୍ମସ ୨ ୟ ବର୍ଷର ୧୩ ଓ ଶେଷ ବର୍ଷର ୫,  ଯୁକ୍ତଦୁଇ କଳା ଶେଷବର୍ଷ ୬,  ବିଜ୍ଞାନ ଶେଷବର୍ଷ ୯ ଓକର୍ମସ ଶେହବର୍ଷ ୧୨ ଏହିଭଳି ସମୁଦାୟ ୧୨୨ ଜଣ ଛାତ୍ରଛାତ୍ରୀଙ୍କ ନାମମହାବିଦ୍ୟାଳୟର ଛାତ୍ର ନାମାବଲୀରୁ ବାଦ କରାଗଲା ବୋଲି କଲେଜ କର୍ତୂପକ୍ଷ ଗତ ତା ୧୮-୦୭-୧୮ରେ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି।କଲେଜ ଖୋଲିବାପରେ ୧୫ ଦିନ ମଧ୍ୟରେ ପୁନଃପ୍ରବେଶ ନିମନ୍ତେ ଅର୍ଥଦେୟ କରିବା କଥା ଓ ପରବର୍ତି ୧୫ ଦିନ ମଧ୍ୟରେ ୨୦୦ ଟଙ୍କା ଫାଇନ ଦେୟ ଦେଇ ବାର୍ଷିକ ଦେୟ ପ୍ରଦାନ କରିବା ନିୟମ ରହିଥିଲେ ସୁଦ୍ଧା ମାସେ ମଧ୍ୟରେ ଛାତ୍ରଛାତ୍ରୀମାନେ ବାର୍ଷିକଦେୟ ପ୍ରଦାନ କରିପାରି ନାହାନ୍ତି।ଅନେକ ଗରୀବ ପିଲାଥିବାରୁ ଆର୍ଥିକ ସମସ୍ୟା ପାଇଁ ପିଲାମାନେ ଶିକ୍ଷାରୁ ବଂଚିତ ହେଉଥିବାରୁ ରାଜ୍ୟ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.