Home Top News ପୁଣି ବଢ଼ିଲା ତୈଳ ଦର : ଜାଣନ୍ତୁ ଆଜିର ଦର

ପୁଣି ବଢ଼ିଲା ତୈଳ ଦର : ଜାଣନ୍ତୁ ଆଜିର ଦର

110

ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ସୋମବାର ଦିନ ଭାରତର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ମୂଲ୍ୟ ଲିଟର ପିଚ୍ଛା ୨୪ ରୁ ୨୮ ପଇସା ବୃଦ୍ଧି ପାଇଥିବାବେଳେ ସୋମବାର ଦିନ ଡିଜେଲ ମୂଲ୍ୟ ୨୯ ରୁ ୩୩ ପଇସା ବୃଦ୍ଧି ପାଇଛି। ଗତ ଦିନରେ ଦୁଇଦିନ ଦିନ ଧରି ଇନ୍ଧନ ମୂଲ୍ୟ ସ୍ଥିର ଥିବା ବେଳେ ଗତକାଲି ଠାରୁ ପୁଣି ବଢ଼ିଛି।

ଦର ବୃଦ୍ଧି ପରେ ମେଟ୍ରୋ ସହର ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ରେକର୍ଡ ସର୍ବାଧିକ ହୋଇଛି।

ମେଟ୍ରୋ ସିଟିରେ ପେଟ୍ରୋଲ୍ ମୂଲ୍ୟ (ମେ ୧୧, ୨୦୨୧)
ଚେନାଇରେ ପେଟ୍ରୋଲ୍ ଲିଟର ପିଛା ୦.୨୪ ପଇସା ବୃଦ୍ଧିପାଇ ୯୩.୬୨ଟଙ୍କାରେ ପହଁଚିଛି।
ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୦.୨୭ ପଇସା ବୃଦ୍ଧିପାଇ ୯୧.୮୦ଟଙ୍କାରେ ପହଁଚିଛି।
କୋଲକାତାରେ ପେଟ୍ରୋଲ୍ ଲିଟର ପିଛା ୦.୨୬ ପଇସା ବୃଦ୍ଧିପାଇ ୯୧.୯୨ଟଙ୍କାରେ ପହଁଚିଛି।
ମୁମ୍ୱାଇରେ ପେଟ୍ରୋଲ୍ ଲିଟର ପିଛା ୦.୨୬ ପଇସା ବୃଦ୍ଧିପାଇ ୯୮.୧୨ ଟଙ୍କାରେ ପହଁଚିଛି।
ଭୁବନେଶ୍ୱରରେ ଲିଟର ପିଛା ୦.୨୮ପଇସା ବୃଦ୍ଧିପାଇ ୯୨.୫୦ ଟଙ୍କାରେ ପହଁଚିଛି।

ମେଟ୍ରୋ ସିଟିରେ ଡିଜେଲ ମୂଲ୍ୟ (ମେ ୧୧, ୨୦୨୧)

ଚେନାଇରେ ଡିଜେଲ ଲିଟର ପିଛା ୦.୨୯ ପଇସା ବୃଦ୍ଧିପାଇ ୮୭.୨୫ଟଙ୍କାରେ ପହଁଚିଛି।
ଦିଲ୍ଲୀରେ ଡିଜେଲ ଲିଟର ପିଛା ୦.୩୦ ପଇସା ବୃଦ୍ଧିପାଇ ୮୨.୩୬ଟଙ୍କାରେ ପହଁଚିଛି।
କୋଲକାତାରେ ଡିଜେଲ ଲିଟର ପିଛା ୦.୩୦ ପଇସା ବୃଦ୍ଧିପାଇ ୮୫.୨୦ଟଙ୍କାରେ ପହଁଚିଛି।
ମୁମ୍ୱାଇରେ ଡିଜେଲ ଲିଟର ପିଛା ୦.୩୧ ପଇସା ବୃଦ୍ଧିପାଇ ୮୯.୪୮ଟଙ୍କାରେ ପହଁଚିଛି।
ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୦.୩୩ ପଇସା ବୃଦ୍ଧିପାଇ ୮୯.୭୨ ଟଙ୍କାରେ ପହଁଚିଛି।

ସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ଛଅଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ହାର ଲାଗୁ ହୋଇଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.