Home ଓଡ଼ିଶା ପାର୍ଟି ହାଇକମାଣ୍ଡ” ପିଞ୍ଜରା ମଧ୍ୟରେ ଆବଦ୍ଧିତ : “ଶୁଆ”- ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖାନ କରାଯାଉ- “ଫ୍ରିଥଟ୍ ପାର୍ଟି...

ପାର୍ଟି ହାଇକମାଣ୍ଡ” ପିଞ୍ଜରା ମଧ୍ୟରେ ଆବଦ୍ଧିତ : “ଶୁଆ”- ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖାନ କରାଯାଉ- “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ”

173

ଭୁବନେଶ୍ୱର ୧୮/୦୪ (ଓଡ଼ିଆ ପୁଅ) : ଏହା ଦୁଃଖ ଓ ଲଜ୍ଜ୍ୟାର ବିଷୟ ଏହି ଯେ କର୍ପୋରେଟ୍ ହାଉସ୍ ର କୋଟି କୋଟି ଟଙ୍କାର ଚୋରା ଅନୁଦାନରେ ପରିପୁଷ୍ଠ ରାଜନୈତିକ ଦଳ ଗୁଡ଼ିକର ଚରିତ୍ର ମୁଖ୍ୟତଃ ଗଣତନ୍ତ୍ର-ପରିପନ୍ଥୀ ରାସ୍ତାରେ ଚାଲିଛି। ପାର୍ଟି ହାଇକମାଣ୍ଡଙ୍କ ହାତରେ କୋଟି କୋଟି ଟଙ୍କାର ଅର୍ଥବାକ୍ସ ଏବଂ ଟିକେଟ ବଣ୍ଟନର ଅଧିକାର ଥିବାରୁ ସଂପୃକ୍ତ ଦଳ ଗୁଡ଼ିକ ଦ୍ୱାରା ସିଲେକ୍ଟଟେଡ଼େ ବ୍ୟକ୍ତିମାନଙ୍କୁ ଦଳୀୟ ଟିକେଟ ଦିଆଯାଉଛି ଏବଂ ନିର୍ବାଚନରେ ସେହିମାନେ ହିଁ ଦଳର ପ୍ରାର୍ଥୀଭାବେ ଲଢ଼ୁଛନ୍ତି।

ଏହି ଦଳୀୟ ପ୍ରାର୍ଥୀମାନଙ୍କର ନିଜସ୍ୱ ଚେହେରା ବୋଲି କିଛି ନାହିଁ। ମେଗାରୋଡ଼ ସୋ ଓ ରାଲି ମାଧ୍ୟମରେ ଏମାନେ ସଂପୃକ୍ତ ଦଳର ତୁଙ୍ଗନେତାଙ୍କ ଛବି ହାତରେ ଧରି ଜୟଗାନ କରୁଛନ୍ତି।

ସତ କଥା ହେଲା ଦଳର ହାଇକମାଣ୍ଡଙ୍କ ନିକଟରେ ଏହି ଦଳୀୟ ପ୍ରାର୍ଥୀମାନେ ସେମାନଙ୍କ ନିଜର ବାକ୍ ସ୍ୱାଧୀନତା ଓ ସ୍ୱାଧୀନ ଚେତନାକୁ ବନ୍ଧା ପକାଉଛନ୍ତି। ପାର୍ଲିଆମେଣ୍ଟ ବା ଆସେମ୍ଲିକୁ ନିର୍ବାଚିତ ହେବା ପରେ ଏହି ନିର୍ବାଚିତ ସଦସ୍ୟମାନେ ମୁଖ୍ୟତଃ ହାଇକମାଣ୍ଡକୁ ନତମସ୍ତକ ହୋଇ ସୈନ୍ୟ ବାହିନୀର ସୈନିକ ଭାବେ କାର୍ଯ୍ୟ କରୁଛନ୍ତି। ଫଳତଃ ଭାରତୀୟ ରାଜନୀତିରେ ଅତ୍ୟଧିକ ତୋଷାମତକାରୀମାନେ ସୃଷ୍ଟି ହେଉଛନ୍ତି। ନେତାମାନଙ୍କର ଜୟଗାନ୍ କରିବା ବ୍ୟତିତ ଏହି ପ୍ରାର୍ଥୀମାନଙ୍କର ଅନ୍ୟ କୌଣସି କାର୍ଯ୍ୟକଳାପ ଲୋକଲୋଚନକୁ ଆସୁ ନାହିଁ।

ଅନ୍ୟ ଭାଷାରେ କହିବାକୁ ଗଲେ ହାଇକମାଣ୍ଡ କଲଚର୍ ଦ୍ୱାରା କଳୁଷିତ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଚିହ୍ନବର୍ଣ୍ଣ ନାହିଁ। ତେଣୁ ମତଦାତାମାନେ ଏପରି ରାଜନୈତିକ ଦଳମାନଙ୍କର ପ୍ରାର୍ଥୀମାନଙ୍କୁ ଭୋଟ ନଦେଇ ମୁକ୍ତଚିନ୍ତନବାଦୀ, ପ୍ରେମବିବାହବାଦୀ, ବିଶ୍ୱସରକାରବାଦୀ, ସଭିଁଙ୍କ ପାଇଁ ସମାନ ମାନର ଉଚ୍ଚ କୋଟୀର ଇଂରାଜୀ ମିଡ଼ିୟମ୍ ଶିକ୍ଷା ଓ ମିଶ୍ରିତ ଆନୁପାତିକ ପ୍ରତିନିଧିତ୍ୱର ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରୁଥିବା ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଭଳି ଦଳଗୁଡ଼ିକର ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରାଇବା ପାଇଁ ଏଫ୍ପିଆଇ ସାଧାରଣ ସଂପାଦକ ତଥା ଭୁବନେଶ୍ୱର ଲୋକ ସଭାର ଦଳୀୟ ପ୍ରାର୍ଥୀ ବିଶ୍ୱନାଥ ରାମଚନ୍ଦ୍ର (ଆଲିଆସ୍ ବି.ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର) ମତଦାତାମାନଙ୍କୁ ନିବେଦନ କରିଛନ୍ତି। ଏହା କରାନଗଲେ ଶହ ଶହ ବର୍ଷ ଧରି ଭାରତ ମଧ୍ୟଯୁଗୀୟ ଚିନ୍ତାଧାରା ମଧ୍ୟରେ ଓ ଅନ୍ଧପରମ୍ପରା ମଧ୍ୟରେ ଉବୁଟୁବୁ ହେଉଥିବ ଏବଂ ହଜାର ହଜାର ବର୍ଷ ପରେ ମଧ୍ୟ ଭାରତ ମାଟିରୁ ବ୍ରାହ୍ମଣବାଦ ଓ ଜାତିପ୍ରଥାର ବିଲୋପ ଘଟିବ ନାହିଁ ବୋଲି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ବିଶ୍ୱନାଥ ରାମଚନ୍ଦ୍ର ଚେତାବନୀ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.