Home Top News ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ଗୁପ୍ତାଙ୍ଗକୁ ଦା’ ରେ କାଟିଲା ସ୍ତ୍ରୀ

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ଗୁପ୍ତାଙ୍ଗକୁ ଦା’ ରେ କାଟିଲା ସ୍ତ୍ରୀ

23

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ବାଘନଟା ଗାଁରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବା ପରେ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୁଣ୍ଡ ଆଘାତ ପ୍ରାପ୍ତ ସହ ଦାନ୍ତ ଗୁଡିକ ଭାଙ୍ଗିଯାଇଥିବାବେଳେ, ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ କରି ଦା’ ଦ୍ୱାରା ସ୍ୱାମୀର ଗୁପ୍ତାଙ୍ଗ ସହ ବେକକୁ କାଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀମାନେ ଖବର ପାଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଆଣି ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ସଂପର୍କରେ ଖବର ପାଇ ଚାନ୍ଦବାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବାର ଜଣାପଡିଛି। ତେବେ ସ୍ତ୍ରୀ ଗୁରୁତର ହେବାରୁ ତାକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଦୁହେଁ ହେଲେ ବାଘନଟା ଗାଁର ଅମୂଲ୍ୟ ଜେନା ଓ ସୁଲୋଚନା ଜେନା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.