Home ଓଡ଼ିଶା ପାନୀୟଜଳ ସମସ୍ୟାର ସମାଧାନ କର ନଚେତ ଭୋଟ ବର୍ଜନ କରିବୁ

ପାନୀୟଜଳ ସମସ୍ୟାର ସମାଧାନ କର ନଚେତ ଭୋଟ ବର୍ଜନ କରିବୁ

659

କୋରାପୁଟ ;ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଗତ ୫ ବର୍ଷ ହେଲା ବୈପାରୀଗୁଡା ବ୍ଲକର କେନ୍ଦୁଗୁଡା ପଂଚାୟତ ଅନ୍ତର୍ଗତ ଦିଶାରୀଗୁଡା ,ରାଗଂନୀଗୁଡା ଓ ଚେରକିଆଗୁଡାର ଗ୍ରାମବାସୀ ପାନୀୟ ଜଳର ସୁବିଧା କରିବାକୁ ବାରମ୍ବାର ଜିଲ୍ଲାପାଳକୁଂ ନିବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ନ ଥିବା ଗ୍ରାମବାସୀମାନେ କୋରାପୁଟଠାରେ ଅଭିଯୋଗ କରିଛନ୍ତି ।ଖରାଦିନରେ ପାଣି ପାଇଁ ବହୁ ଅସୁବିଧା ହେଉଥିବା ସେମାନେ ସୂଚନା ଦେଇଛନ୍ତି ।ଗ୍ରାମରେ ନଳକୂପ ଖନନ କରି ପାଇପ ଯୋଗେ ୩ ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରିଥିଲେ ।
ଆସନ୍ତା ଖରାଦିନ ପୂର୍ବରୁ ଯଦି ଜିଲ୍ଲାପ୍ରଶାସନ ପାନୀୟଜଳ ସମସ୍ୟାର ସମାଧାନ ନ କରନ୍ତି ତେବେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚୈତନ୍ୟ ବରଗିଆ , ବୃନ୍ଦା ହରିଜନ , ଲକ୍ଷ୍ମଣ ନାୟକ , ଡାଳିମ୍ବ ନାୟକ ,ଅମ୍ବିକା କମାର ,ରାଧିକା ଖରା , ରାମ ଖରା , ସଦା କମାର ,ତ୍ରିଲୋଚନ କମାର ,କୁସୁମା ଗୈାଡ ଓ ସାରି ହନ୍ତାଲ ଚେତାବନୀ ଦେଇଛନ୍ତି ।ଗ୍ରାମବାସୀମାନେ କୋରାପୁଟଠାରେ ପହଂଚିବା ଖବର ମିଳିବା ପରେ ବିଜେଡିର ଲଲାଟ ରଂଜନ ସେଠୀ ଓ ବିମଳ କୁମାର ଗରଡା ସମସ୍୍ୟା ଉପରେ ଅବଗତ ହୋଇ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.