Home କୋରାପୁଟ ପାଣି ପାଇଁ ରାସ୍ତାରୋକ

ପାଣି ପାଇଁ ରାସ୍ତାରୋକ

116

କୋରାପୁଟ ; ତା୧୫-୦୯-୧୫(ଓଡିାାପୁଅ/ରଂଜନ କୁମାର ଦାସ) କୋରାପୁଟ ଅନ୍ତର୍ଗତ ବ୍ଲକ ମାଥାଲପୁଟ ଗ୍ରାମରେ ପାଣି ସମସ୍ୟା ନେଇ ଶନିବାର ସ୍ଥାନୀୟ ମହିଳାମାନେ ମାଥାଲପୁଟ-କାକିରିଗୁମା ରାସ୍ତା ଅବରୋଧ କରିଥିଲେ । ଫଳରେ ନଲକୋ ମାଇନ୍ସ କର୍ମଚାରୀମାନେ ଖଣିକୁ ଯାଇ ପାର ିନ ଥିବାବେଳେ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା । ସୂଚନା ଅନୁଯାୟୀ ମାଥାଲପୁଟ ଗ୍ରାମରେ ଦୀର୍ଘର୍ବର୍ଷରୁ ନାଲକୋ ପକ୍ଷରୁ ପାଇପ୍ ଯୋଗେ ୭ଟି ପଏଂଟରେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । କିନ୍ତୁ ଗତ କିଛି ମାସ ହେଲା ୭ଟି ପଏଂଟ ବଦଳରେ ୩ଟି ଓ ୪ଘଂଟା ସ୍ଥାନରେ ମାତ୍ର ଅଧଘଂଟା ପାଇଁ ପାଇପରେ ପାଣି ଆସୁଥିବାରୁ ଲୋକେ ନାଲକୋ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ । ତେବେ ଅଭିଯୋଗର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ନାଲକୋ କର୍ତୂପକ୍ଷ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଲୋକେ ଉତ୍ୟକ୍ତ ହୋଇ ଟାୟାର ଜାଳିବା ସହ ମହିଳା ମାନେ ଗରା ମାଠିଆ ଧରି ରାସ୍ତା ଅବରୋଧ କରିଥିଲେ । ଅପରାହ୍ନରେ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଂଚି ମହିଳା ମାନଙ୍କୁ ବୁଝାସୁଝା କରି ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.