Home ଜିଲ୍ଲା ପରିକ୍ରମା ପରିବା ଗୋଦାମ ଓ ଅଟୋଷ୍ଟାଣ୍ଡ ହଟାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପରିବା ଗୋଦାମ ଓ ଅଟୋଷ୍ଟାଣ୍ଡ ହଟାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

80

ନୟାଗଡ଼, ୨୧ା୩:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ସହରର ଓଡ଼ଗାଁ ଛକ ଓ ଟ୍ରାଫିକ ଛକରେ ଟ୍ରାଫିକ ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହୋଇପଡ଼ୁଥିବା ନେଇ ବହୁ ସମୟରେ ବହୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରି ସମସ୍ୟାକୁ ନେଇ ଜିଲ୍ଳା ପ୍ରଶାସନିକ ସ୍ତରରେ ବହୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନଥିଲା। ତେବେ ଏହାକୁ ନେଇ ବହୁ ଅସୁବିଧା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାକୁ ଆଖି ଆଗରେ ନେଇ ଜିଲ୍ଳାପାଳ ଅରିନ୍ଦମ ଡାକୁଆ ଟ୍ରାଫିକ ସମସ୍ୟା ତୁଟାଇବାକୁ ଉଦ୍ୟମ କରିଛନ୍ତି। ସେ ଓଡ଼ଗାଁ ଛକରେ ଥିବା ପରିବା ଗୋଦାମ ଓ ଟ୍ରାଫିକ ଛକରେ ଥିବା ଅଟୋଷ୍ଟାଣ୍ଡ ଏଠାରୁ ଉଠାଇବାକୁ ପଦକ୍ଷେପ ନେଇଛନ୍ତି। ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଏସଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.