Home କୋରାପୁଟ ପରବ-୨୦୧୮ ଶୁଭାରମ୍ଭ ଉସôବ ନିମନ୍ତେ ପଟ୍ଟାଙ୍ଗୀରେ ପ୍ରସ୍ତୁତି ବୈଠକ

ପରବ-୨୦୧୮ ଶୁଭାରମ୍ଭ ଉସôବ ନିମନ୍ତେ ପଟ୍ଟାଙ୍ଗୀରେ ପ୍ରସ୍ତୁତି ବୈଠକ

78

କୋରାପୁଟ ; ତା୨୨-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ର ଶୁଭାରମ୍ଭ କୋଟିଆର ସୁନାପାହାଡଠାରୁ ଆସନ୍ତା ୨୮ ତାରିଖଦିନ ଶୁଭାରମ୍ଭ ହେଉଥିବାରୁ ଆଜି ପୂର୍ବାହ୍ନରେ ପଟ୍ଟାଙ୍ଗୀ ବ୍ଲକ ସଭାଗୃହଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶୁଭାରମ୍ଭ ଉସôବକୁ ଶାନ୍ତିଶୃଖଂଳା ସହ ଶେଷ କରିବା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଥିଲା ।ତଳଗଞେଇପଦରଠାରୁ କୋଟିଆ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଚର୍ଚ୍ଚ , ଜଗନ୍ନାଥ ମନ୍ଦିର ଓ ସୁନାପାହାଡଠାରୁ ୩ ଟି ମଶାଳ ବାହାର କରାଯାଇ ସଭାସ୍ଥଲକୁ ଆସିବା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପରବ ମଶାଳରେ ସଂଯୋଗ କରାଯିବା ପରେ ପ୍ରତ୍ୟେକ ବ୍ଲକ ଓ ସହାରଂଚଳ ପରବ ମଶାଳ ନିଜ ନିଜ ଅଂଚଳକୁ ନେବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ବୋଲି ଜଣାପଡିଛି ।କୋଟିଆା ନିକଟସ୍ଥ ଚର୍ଚ୍ଚଠାରୁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି ଓ ସାଂସଦ ପ୍ରତିନିଧି ଜୟସିଂ ପଡାସେଠୀଙ୍କ ଦ୍ୱାରା ଏକ ମଶାଳ ବାହାରିବା ନିମନ୍ତେ ନିଷ୍ପତି ନିଆଯାଇଥିବା ବେଳେ ଜଗନ୍ନାଥମନ୍ଦିରରୁ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ମଙ୍ଗ ନେଉଥିବା ବେଳେ ସୁନାପାହାଡଠାରୁ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମଙ୍ଗ ନେବା ସହ ତାଙ୍କୁ ବିଧାୟକଙ୍କ ପ୍ରତିନିଧି ନାଗେଶ ଚୈାଧୁରୀ ସହାୟତା କରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , ବିଡିଓ କେ .କେ.ପ୍ରଧାନ , ଏବିଡିଓ ପଦ୍ମନାଭ ତ୍ରୀପାଠୀ , ସାଂସଦଙ୍କ ପ୍ରତିନିଧି ଜୟସିଂ ପଡାସେଠୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ ମେହେର ,ବ୍ଲକ ଶିକ୍ଷା ଅଧିକାରୀ ଏସ.ବାଘ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନଙ୍କ , କୃଷି ଓ ଶିଶୁ ବିକାଶ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.