Home କୋରାପୁଟ ପରବ-୧୮ ; ଜିଲ୍ଲାସ୍ତରୀୟ କୁଇଜ, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

ପରବ-୧୮ ; ଜିଲ୍ଲାସ୍ତରୀୟ କୁଇଜ, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

153

କୋରାପୁଟ ; ତା୧୨-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ପରବ-୨୦୧୮ ଅବସରରେ ସ୍ଥାନୀୟ ସରକାରୀ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ କୁଇଜ, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ଇଗ୍ନୋ ଆଂଚଳିକ କେନ୍ଦ୍ରର ଆଂଚଳିକ ନିର୍ଦ୍ଦେଶକ ଡ. ବି .ରାଜଗୋପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.ପ୍ରତିଧାରା ସାମଲ ମୁଖ୍ୟ ବକ୍ତା ଏବଂ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, ସାମ୍ବାଦିକ କିର୍ତିଚନ୍ଦ୍ର ସାହୁ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।ଏଥି ପୂର୍ବରୁ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ଜି .ସ୍ୱାତୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନାୟକ, ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାର, ସାମ୍ବାଦିକ ଦିଲିପ ମହାନ୍ତି ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ପୋଲିସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରସିଂହ ଦାସ ପରିଚାଳନା କରିଥିବା ବେଳେ କୋରାପୁଟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘ, ସିଆରସିସି ଦିଗାମ୍ବର ଷଡଙ୍ଗୀ, ଅଶୋକ ପାଢୀ, ଜୟକୃଷ୍ଣ ଭଦ୍ର, ସୁରେନ ବେହେରା, ବସନ୍ତ ଲେଙ୍କା, ଜି .ସୁରେଶ, ମନୋଜ ପଣ୍ଡା, ମିତା ଗୋପ, ସାଧନା ଦେବୀ ଓଲାଲୁ ଖିଲ ଏବଂ ଭବାନୀ ଶଙ୍କର ଆଚାର୍ଯ୍ୟ, ଶିଶିର କୁମାର ଶତପଥି, ରାଜେନ୍ଦ୍ର କୁମାର ମିଶ୍ର, ମନୋଜ କୁମାର ଖେମୁଣ୍ଡୁ, ବି .ଜଗଦୀଶ କୁମାର, ସୁବୋଧ ବେହେରା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.