Home କୋରାପୁଟ ପରବ-୧୮- ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତାର ବାଳକ ବିଭାଗରେ କୋଟପାଡ ଓ ବାଳିକା ବିଭାଗରେ ଦଶମନ୍ତପୁର ବ୍ଲକ...

ପରବ-୧୮- ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତାର ବାଳକ ବିଭାଗରେ କୋଟପାଡ ଓ ବାଳିକା ବିଭାଗରେ ଦଶମନ୍ତପୁର ବ୍ଲକ ଚମ୍ପିୟାନ

129

କୋରାପୁଟ ; ତା୧୧-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ପରବ-୧୮ ପାଳନ ଅବସରରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ବାଳକ ବିଭାଗରେ କୋଟପାଡ ବ୍ଲକ ଚମ୍ପିୟାନ ହୋଇଥିବା ବେଳେ ନାରାୟଣପାଟଣା ବ୍ଲକ ରନର ହୋଇଥିଲେ ।ସେହିପରି ବାଳିକା ବିଭାଗରେ ଦଶମନ୍ତପୁର ବ୍ଲକ ଚମ୍ପିୟାନ ହୋଇଥିବା ବେଳେ ଜୟପୁର ମ୍ୟୁନସିପାଲଟି ରନର ହୋଇଥିଲେ ।ଏହି ପ୍ରତିଯୋଗିତାରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ,କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ , ଏସଓଜି ଦୁର୍ଗପତି ଆଶିଷ କୁମାର , ଜିଲ୍ଲା ଗ୍ରମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ମହମ୍ମଦ ଆବଜଲ ଅଖତାର ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.