Home କୋରାପୁଟ ପରବ ସ୍ମରଣିକା ସବ କମିଟିର ପ୍ରଥମ ବୈଠକ

ପରବ ସ୍ମରଣିକା ସବ କମିଟିର ପ୍ରଥମ ବୈଠକ

145

କୋରାପୁଟ ୦୬-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପରବ ସ୍ମରଣିକା ସବ-କମିଟିର ପ୍ରଥମ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସବ-କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ୨୩ ତାରିଖ ସୁଦ୍ଧା ଲେଖକ/ଲେଖିକାମାନେ କୋରାପୁଟ ଜିଲ୍ଲାର ସଂସ୍କୃତି, ଜୈବ ବିବିଧତା ଉପରେ ସେମାନଙ୍କର ଲେଖା ପଠାଇବା ପାଇଁ ନିଷ୍ପତି ନିଆଯାଇଥିଲା। ସ୍ମରଣିକା ପ୍ରକାଶନ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯିବ ଓ ୨୨ ତାରିଖ ସୁଦ୍ଧା ଟେଣ୍ଡର ଜିଲ୍ଲା ସାଂସ୍କୃତିକ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ୨୩ ତାରିଖ ଦିନ ଟେଣ୍ଡର ପେପର ଖୋଲାଯିବ ବୋଲି ନିଷ୍ପତି ନିଆଯାଇଥିଲା। ୨ ୟ ବୈଠକ ୨୩ ତାରିଖ ଅପରାହ୍ନ ୪ ଘ.ରେ କରାଯିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା। ସ୍ମରଣିକା ସବ-କମିଟିର ସଂପାଦକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ସଦସ୍ୟ ଜଳଧର ସ୍ୱାଇଁ, ଜୟନ୍ତ ମିଶ୍ର, ପ୍ରୀତିଧାରା ସାମଲ ଓ ରଂଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.