Home କୋରାପୁଟ ପରବ ଶୁଭାରମ୍ଭ ନିମନ୍ତେ ପଟ୍ଟାଙ୍ଗୀଠାରେ ପ୍ରସ୍ତୁତି ବୈଠକ

ପରବ ଶୁଭାରମ୍ଭ ନିମନ୍ତେ ପଟ୍ଟାଙ୍ଗୀଠାରେ ପ୍ରସ୍ତୁତି ବୈଠକ

144

କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବ-୧୮ର ଶୁଭାରମ୍ଭ ନିମନ୍ତେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କୋଟିଆର ସୁନାପାହାଡ ସ୍ଥାନରେ କରିବାକୁ ଆୟୋଜିତ ହୋଇଯାଇଥିବା ଜିଲ୍ଲାସ୍ତର ପ୍ରସ୍ତୁତି ବୈଠକରେ ପ୍ରସ୍ତାବ ରଖିଥିଲେ ଏହାକୁ ସମସ୍ତେ ସମର୍ଥନ କରିଥିଲେ।ଆସନ୍ତା ୨୮ ତାରିଖଦିନ ଶୁଭାରମ୍ଭ ହେବାକୁ ଥିବା ବେଳେ ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପଟ୍ଟାଙ୍ଗୀ ବ୍ଲକ ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ କରିଥିଲେ।ଏହି ବୈଠକରେ କୋଟିଆଠାରେ ପାନୀୟ ଜଳର ସୁବିଧା, ପାର୍କିଂ, ପୋଷ୍ଟର ଉନ୍ନୋଚନ ଓ ଆୟୋଜିତ ସଭା କିପରି ଶାନ୍ତିଶୃଖଂଳା ସହ କରାଯାଇପାରିବ ସେଥିପ୍ରତି ଆଲୋଚନା କରାଯାଇଥିଲା।ଏହି ବୈଠକରେ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ସାଂସଦଙ୍କ ପ୍ରତିନିଧି ଜୟସିଂ ପଡାସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ପଟ୍ଟାଙ୍ଗୀ ବିଡିଓ କେ .କେ.ପ୍ରଧାନ, ପଟ୍ଟାଙ୍ଗୀ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ ମେହେର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ପିଡବ୍ଲୁଡିର ନିର୍ବାହୀ ଯନ୍ତ୍ରୀ କେ.ସିଏଚ.ନନ୍ଦ, ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।କୋଟିଆଠାରେ ଆୟୋଜିତ ହେବାକୁ ଥିବା ଶୁଭାରମ୍ଭ ଉତ୍ସବ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ବିଡିଓ ଶ୍ରୀ ପ୍ରଧାନ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କାଲୋ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଜେନା ପ୍ରମୁଖ ରହିଥିବା ବେଳେ ଉକ୍ତ ଅଧିକାରୀମାନେ ଆଜି ଅପାରହ୍ନରେ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.