Home କୋରାପୁଟ ପରବ ପାଇଁ ମିନି ମାରାଥନ ; ମହିଳା ବିଭାଗରେ ବତୀ,ପୁରୁଷରେ ହେମନ୍ତ ପ୍ରଥମ

ପରବ ପାଇଁ ମିନି ମାରାଥନ ; ମହିଳା ବିଭାଗରେ ବତୀ,ପୁରୁଷରେ ହେମନ୍ତ ପ୍ରଥମ

100

କୋରାପୁଟ ;ତା୧୫- ୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପରବ-୨୦୧୮ ପାଇଁ ଆଜି କୋରାପୁଟରେ ମିନି ମାରାଥନ ପ୍ରତିଯୋଦିତା ଆୟୋଜିତ ହୋଇଛି । ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି , ବିଏସଏଫ ଡିଆଇଜି ଆଲୁରୀ ଶ୍ରୀନିଭାସନଙ୍କ ଉପସ୍ଥିତିରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ । ପ୍ରତିଯୋଗିମାନେ କାର୍ନିଭାଲ ପଡିଆରୁ କୋରାପୁଟ ଷ୍ଟାଡିଅମ୍ ଯାଏ ଦୌଡିଥିଲେ । ମହିଳା ବିଭାଗରେ ବତୀ ବଡନାୟକ ପ୍ରଥମ ହୋଇଥିବାବେଳେ ଗୋଲାପୀ ଗୌଡ ଦ୍ୱିତୀୟ ଓ ନିଶା ପ୍ରାସ୍କା ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ପୁରୁଷ ବିଭାଗରେ ହେମନ୍ତ ଗୁରୁନା ପ୍ରଥମ ସ୍ଥାନ ପାଇଥିବାବେଳେ ମାନିକ ଚନ୍ଦ୍ର ମାଝି ଦ୍ୱିତୀୟ ଏବଂ ଘାସିରାମ ବୋରା ତୃତୀୟ ହୋଇଥିଲେ ।କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି , ଏସପି ଡାକ୍ତର କେ.ବିଶାଳ ସିଂ ଅତିଥିଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗି ମାନଙ୍କୁ ଆର୍ଥିକ ପୁରଷ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । କୋରାପୁଟ ଜିଲ୍ଲାରେ କ୍ରୀଡା ପ୍ରତିଭା ରହିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି କହିବା ସହ ପରବ ମଧ୍ୟମରେ ଲୁକ୍କାୟିତ ପ୍ରତିଭା ଚିହ୍ନଟ ହୋଇପାରିଲା ବୋଲି ସେ ସୂଚନା ଦେଇଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା ପରିଚାଳନା କରିଥିବା ବେଳେ ନନ୍ଦପୁର ଅଧ୍ୟାପକ ରବି ଶତପଥି ମଂଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.