Home କୋରାପୁଟ ପରବ କମିଟିର ପ୍ରସ୍ତୁତି ବୈଠକ

ପରବ କମିଟିର ପ୍ରସ୍ତୁତି ବୈଠକ

175

କୋରାପୁଟ ; ତା୦୬-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୧୮ ପାଳନ ନିମନ୍ତେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ପରବର ବିଭିନ୍ନ ସବ-କମିଟିର ସଦସ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପୂର୍ବ ପ୍ରସ୍ତୁତି ବୈଠକର ବିବରଣୀ ଉପସ୍ଥାପନା କରିଥିଲେ।ଗଠନ କରାଯାଇଥିବା ସବ-କମିଟିର ସଦସ୍ୟମାନଙ୍କ ନାମ ପଠନ କରିଥିବା ବେଳେ ସମସ୍ତ ସବ-କମିଟି ବୈଟକ କରି ତୁରନ୍ତ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ପରାମର୍ଶ ଦେଇଥିଲେ। ବିଳମ୍ବ ନ କରି ପରବର ମୁଖ୍ୟ ଉତ୍ସବରେ ହିଁ ସ୍ମରଣିକା ପ୍ରକାଶନ କରିବାକୁ ସେ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଏଡିଏମ ଦେବେନ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁର ଉପ- ଜିଲ୍ଲାପାଳ ଲୋକନାଥ ଦଳ ବେହେରା, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଏପିଡି ଦାୟାନିଧି ବାଘ, ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ସାଉଥକୋର ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା ଓ ସହକାରୀ ଯନ୍ତ୍ରୀ ହିମାଂଶୁ ପ୍ରଧାନ, ପିଡବ୍ଲୁଡିର ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବିି .ଆର.ସେଠୀ, ପ୍ରତିଧାରା ସାମଲ, ଜଳଧର ସ୍ୱାଇଁ, ଜୟନ୍ତ ମିଶ୍ର, ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶର୍ୱ ସାହୁ, କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ମନୋରଂଜନ ନାୟକ, ଜୟପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା, କ୍ରୀଡାବିତ ହେମା ରାଓ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟ /ସଦସ୍ୟାମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଆସନ୍ତା ୨୮ ତାରିଖଦିନ କୋଟିଆର ସୁନାପାହାଡଠାରେ ପରବ-୨୦୧୮ର ଶୁଭାରମ୍ଭ କରାଯିବ ଓ ଆସନ୍ତାମାସ ୧୬, ୧୭ ଓ ୧୮ ତାରିଖ ୩ଦିନ ବ୍ୟାପି ମୁଖ୍ୟ ଉତ୍ସବ ଓ ପଲ୍ଲିଶ୍ରୀମେଲା କୋରାପୁଟ ଷ୍ଟାଡିୟମଠାରେ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.