Home ଜିଲ୍ଲା ପରିକ୍ରମା ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ବିଜୁଯୁବବାହିନୀର ସ୍ୱଚ୍ଛାକୃତ ରକ୍ତଦାନ ଶିବୀର,୩୨ ୟୁନିଟ ରକ୍ତ ସଂଗ୍ରହ

ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ବିଜୁଯୁବବାହିନୀର ସ୍ୱଚ୍ଛାକୃତ ରକ୍ତଦାନ ଶିବୀର,୩୨ ୟୁନିଟ ରକ୍ତ ସଂଗ୍ରହ

526

ମାଲକାନଗିରି,୨୩ା୧  (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମା ରକ୍ତଭଣ୍ଡାରରେ ଗତ କିଛି ଦିନହେଲା ରକ୍ତଅଭାବ ଦେଖାଦେଇଛି,ଆଜି ଜିଲ୍ଲାରକ୍ତଭଣ୍ଡାରରେ ମାତ୍ର ୫୭ୟୁନିଟ ରକ୍ତଗଛିତ ଅଛି, ଏ ସଂପର୍କରେ ଜାଣିବାପରେ ମାଲକାନଗିରି ବିଜୁଯୁବବାହିନୀ ପକ୍ଷରୁ  ରକ୍ତଦେଇ ଗଢିବି ସୁସ୍ଥ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛାକୃତ ରକ୍ତଦାନ ଓ ପ୍ରେରଣା  ଶିବୀର ଆୟୋଜିତ ହୋଇଛି । ଆଜି ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ରକ୍ତଦାନ ଶିବୀର ରେ ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷଚନ୍ଦ୍ର ବୋଷ ଓ ବୀରସୁରେନ୍ଦ୍ର ସାଏ ଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ଏହି   ସ୍ୱଚ୍ଛାକୃତ ରକ୍ତଦାନ ଓ ପ୍ରେରଣା ଶିବୀରକୁ ଉଦଘାଟନକରି କରିଥିଲେ । ପ୍ରଥମେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପଣ୍ଡା,ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ରକ୍ତଦାନ କରିବାପରେ ବିଜୁ ଯୁବବାହିନୀ ର କର୍ମକର୍ତା ବିଭିନ୍ନ କ୍ଲବର ଯୁବକ ଯୁବତୀ ଓ ଅନ୍ୟାନ ଅଧିକାରୀ,କର୍ମଚାରି ମାନେ ସ୍ୱଇଛାରେ ରକ୍ତଦାନକରିବା ପାଇଁ ଆଗେଇ ଆସିଥିଲେ ।  ଉକ୍ତ ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବୀରରେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମାନସ କୁମାରକ ମିଶ୍ର,ଜିଲ୍ଲାବିଜୁ ଯୁବବାହିନୀର ଜିଲ୍ଲାସଂଯୋଜକ ବିନାଶକୁମାର ମିଶ୍ର,ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ସମାଜସେବି ରତ୍ନାକରଦାଶ,ଜୟନ୍ତୀ ବୁରୁଦା,ଦେବାସୋଡି,ରାମ ମାଡକାମି,ସବିତା କଚିମ,ପ୍ରମୁଖ ଯୋଗଦେଇ ସ୍ୱଚ୍ଛାକୃତ ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହତି ମନ ପ୍ରଫୁଲ ହୋଇ ଅନ୍ୟର ଜୀବନ ରକ୍ଷା ହୋଇପାରେ, ରକ୍ତଦାନର ମହତ ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । । ଏହି ଶିବିରରେ ଜିଲ୍ଲାମୁଖ୍ୟଚିକିତ୍ସାଳୟର ପ୍ରଧାନ ଫାରମାସିଷ୍ଟ ପ୍ରଣବ କିଶୋର ପାଣିଗ୍ରାହୀ,ରକ୍ତଭଣ୍ଡାର ଟେକନିସିଆନ ସରୋଜ କୁମାର ସାହୁ,କାଚଂନ ପରାଜ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରକୁ ଜିଲ୍ଲାବିଜପୁ ଯୁବବାହିନୀର କର୍ମକର୍ତାମାନେ ପରିଚାଳନାକରିଥିଲେ ।ମାଲକାନଗିରି ଜିଲ୍ଲାହସପିଟାଲରେ ପ୍ରତି ମାସରେ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ୨ମାସହେଲା ମାତ୍ର ୫୦ ୟୁନିଟରୁ ୬୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି ।  ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି । ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି । ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ଜିଲ୍ଲା ବିଜୁ ଯୁବବାହିନୀର ଉଦ୍ୟମରେ ଆଜି ତାଙ୍କ ରକ୍ତଭଣ୍ଡାର ପରିସରରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.