Home ଓଡ଼ିଶା ପଦାବାଗ୍ରୀରେ ଆନ୍ଥ୍ରାକ୍ସ ଆଶଙ୍କା

ପଦାବାଗ୍ରୀରେ ଆନ୍ଥ୍ରାକ୍ସ ଆଶଙ୍କା

272

କୋରାପୁଟ ; ତା୧୪-୦୩-୧୯(ଓଡ଼ିଆ ପୁଅ/ରଂଜନ ଦାସ) ଗତ ୪ଦିନ ମଧ୍ୟରେ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଂଚାୟତର ପଦାବାଗ୍ରୀ ଗ୍ରାମରେ ଝାଡାବାନ୍ତି ଯୋଗୁଁ ଦୁଇଜଣ ପ୍ରାଣ ହରାଇଥିବାବେଳେ ୧୧ଜଣ ଆକ୍ରାନ୍ତ ହେବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପଦାବାଗ୍ରୀରେ ପହଂଚି ଲୋକଙ୍କୁ ଚିକିତ୍ସା କରିବା ସହ ଘଟଣାର ତଦନ୍ତ କରିଛି। ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅରୁଣ କୁମାର ପାଢୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଡା.ଅନୀଲ କୁମାର ସାହୁ, ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ ଅହଲ୍ୟା ମୁଦୁଲି, ସ୍ୱାସ୍ଥ୍ୟକର୍ମୀ ମନୋଜ କୁମାର ନାୟକ, ଲେବରେଟେରୀ ଟେକ୍ନିସିଆନ୍ ରଂଜିତ କୁମାର ଖଟୁଆ ପ୍ରମୁଖ ପଦାବାଗ୍ରୀରେ ପହଂଚି ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଗ୍ରାମର ଧିରମନ ପରଜା(୫୦) ଓ କିରିଲୁ ପରଜା(୬୦)ଙ୍କ ରକ୍ତ ନମୂନାରେ ଆନ୍ଥ୍ରାକ୍ସ ବାହାରିଥିବାବେଳେ ଗ୍ରାମର ଆଉ କେତେକ ମଧ୍ୟ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇ ଗାଁରେ ୧୦ଟି ଗାଇ ଓ ଗୋଟିଏ ମହିଷିର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ମୃତ ଗାଇ ଓ ମହିଷିକୁ ନପୋତି ମଲା ଗାଇର ମାଂସ ଖାଇ ଥିଲେ। ସେହି କାରଣରୁ ପଦାବାଗ୍ରୀରେ ଝାଡାବାନ୍ତି ହେବା ସହ କେତେକ ଲୋକ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ କହିଛି। ଝାଡାବାନ୍ତି ଓ ୨ଜଣଙ୍କ ମୃତ୍ୟୁର କାରଣ ଜଣା ପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା କରାଯିବା ସହ ମଲା ଗୋରୁମାଂସ ନଖାଇବାକୁ ପରାମର୍ଶ ଦିଆ ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.