Home ଓଡ଼ିଶା ପଥର ଫୁଟାକୁ ବିରୋଧ କରି ଆନ୍ଦୋଳନ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ପଥର ଫୁଟାକୁ ବିରୋଧ କରି ଆନ୍ଦୋଳନ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

96

ବ୍ରହ୍ମପୁର ୭-୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ହିଞ୍ଜିଳି ଥାନା ଅନ୍ତର୍ଗତ ବାଦି ଆମ୍ବ ଗାଆଁରେ ଉତ୍ତେଜନା। ପଥର ବ୍ଲାଷ୍ଟିଂକୁ ବିରୋଧ କରି ଗ୍ରାମବାସୀ କରିଛନ୍ତି ଆନ୍ଦୋଳନ। ସ୍କୁଲରେ ପକାଇଛନ୍ତି ତାଲା। ବାହାରେ ବସିଛନ୍ତି ଛାତ୍ରଛାତ୍ରୀ।

ଗତ କିଛି ଦିନ ହେଲା ଗ୍ରାମବାସୀ ଏହାର ବିରୋଧ କରି ସମାସ୍ୟାର ସମାଧାନ କରିବାକୁ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପଥର କୁଆଁରି ଲିଜଧାରୀ ଓ ରାଜସ୍ୱ, ପ୍ରଶାସନିକ ଅଧିକାରୀଙ୍କ ବୁଝାମଣା ଓ କାରବାର ଯୋଗୁଁ ସମସ୍ୟାର ସମାଧାନ ହୋଇପାରିନାହିଁ।

ଯାହା ଫଳରେ ଆଜି ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି ଏବଂ ଶିକ୍ଷାର୍ଥୀଙ୍କ ପାଠପଢା ବ୍ୟାହତ ହୋଇଛି। ଛତ୍ରପୁର ଉପଜିଲ୍ଲାପାଳ ଖବର ପାଇ ହିଂଜିଲି ବି ଡି ଓ ଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି। ପଥର ବ୍ଲାଷ୍ଟିଂ ନିକଟରେ ସ୍କୁଲ ଥିବାରୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଙ୍କ ପାଇଁ ବିପଦ ହୋଇପଡିଛି।

https://www.facebook.com/odiapuanews/videos/1956733814339307/?t=1

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.