Home କୋରାପୁଟ ପଟ୍ଟାଙ୍ଗୀ ବ୍ଲକରେ ସାମାଜିକ ସମୀକ୍ଷା ବୈଠକ- ୧୭୬ ଜଣ ହିତାଧିକାରୀଙ୍କ ପେନସନ ଭୁତ ଖାଉଛି

ପଟ୍ଟାଙ୍ଗୀ ବ୍ଲକରେ ସାମାଜିକ ସମୀକ୍ଷା ବୈଠକ- ୧୭୬ ଜଣ ହିତାଧିକାରୀଙ୍କ ପେନସନ ଭୁତ ଖାଉଛି

99

କୋରାପୁଟ ; ତା୧୨-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ହିତାଧିକାରୀମାନେ ଠିକଭାବେ ପେନସନ ପାଉଛନ୍ତି କି ନାହିଁ ତାହା ଜାଣିବା ନିମନ୍ତେ ସାମାଜିକ ସମୀକ୍ଷା ବୈଠକ ଆୟୋଜନ କରାଯାଉଛି ।ପଟ୍ଟାଙ୍ଗୀ ବ୍ଲକର ୧୪ ଟି ଗ୍ରାମପଂଚାୟତରେ ଓସାଟ ମାଧ୍ୟମରେ ସାମଜିକ ସମୀକ୍ଷା ବୈଠକ ସଂପନ୍ନ ହୋଇଯାଇଛି ।୧୭୬ ଜଣ ହିତାଧିକାରୀ ମୃତ୍ୟବରଣ କରିଥିଲେ ସୁଦ୍ଧା ସେମାନଙ୍କୁ ପେନସନ ଦିଆଯାଉଥିବା ସାମାଜିକ ସମୀକ୍ଷାରୁ ଜଣାପଡିଛି ବୋଲି ବ୍ଲକ ସମାଜିକ ସମୀକ୍ଷକ ରଘୁରାମ ବାଙ୍କା ସୂଚନା ଦେଇଛନ୍ତି ।ଆମ୍ପବାଲି ପଂଚାୟତରେ ୧୮ ଜଣ ପେନସନ ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ପେନସନ ଦିଆଯାଉଥିବା ବେଳେ ତଳଗୋଲୁର ପଂଚାୟତରେ ୦୫ ,ପେଟ୍ରୁରେ ୧୩ ,ଶୁଙ୍ଗୀରେ ୦୮ ,ରାଲେଗଡାରେ ୨୮ ,ପୁକାଲିରେ ୧୫ ,ଚନ୍ଦକା , ଗାଙ୍ଗରାଜପୁର ଓ ଦେଓପଟ୍ଟାଙ୍ଗୀ ଏକ ଲେଖାଏଁ , ନୁଆଗାଁରେ ୧୫ ଏବଂ କୋଟିଆ ଗ୍ରାମପଂଚୟତରେ ସର୍ବାଧିକ ୭୫ ଏହିପରି ସମୁଦାୟ ୧୭୬ ଜଣ ହିତାଧିକାରୀ ମୃତ୍ୟବରଣ କରିଥିଲେ ସୁଦ୍ଧା ସେମାନଙ୍କୁ ପେନସନ ପ୍ରଦାନ କରାଯାଉଥିବା ସାମାଜିକ ସମୀକ୍ଷାରୁ ଜଣାପଡିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।ପଟ୍ଟାଙ୍ଗୀ ଓ ମାଳିପୁଟ ପଂଚୟତରେ ଠିକଭାବରେ ପେନସନ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ ।ରାଧିକା ଦିସାରୀ ,ଗାଙ୍ଗେଶ୍ୱରୀ ବାଙ୍କା ,ଜମ୍ବୁବତୀ ଖିଲ ,ମମତା ବାରଲୀ , ସୁକଦେଇ ଗୁଣ୍ଠା ,ସିଏଚ.କବିତା ,ଦେବକୀ ଗୁଣ୍ଠା , ଜେୟୁମା ଖିଲ ପ୍ରମୁଖ ଗୋଟିଏ ପଂଚାୟତରେ ୧୫ ଦିନ ରହି ପେନସନ ହିତାଧିକାରୀ ଜିବିତ ଅଛନ୍ତି କି ମୃତ୍ୟୁବରଣ କରିଛନ୍ତି ସେଗୁଡିକର ତଥ୍ୟ ସଂପୃକ୍ତ ଅଙ୍ଗନବାଡି କର୍ମି ଓ ଏଏନଏମଠାରୁ ପାଇଲା ପରେ ହିତାଧିକାରୀମାନଙ୍କ ଘରକୁ ଯାଇ ଯାଂଚ କରି ଗ୍ରାମସଭାରେ ଉପସ୍ଥାପନା କରିବା ପରେ ବ୍ଲକରେ ସମୁଦାୟ ୧୭୬ ଜଣ ହିତାଧିକାରୀଙ୍କ ପେନସନ ଭୁତ ଖାଉଥିବା ଜଣାପଡିଥିଲା ବୋଲି ଶ୍ରୀ ବାଙ୍କା ପ୍ରକାଶ କରିଥିଲେ । ଏ ସଂପର୍କରେ କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର୍ରୁ ପଚାରିବାରୁ ଜନଶୁଣାଣୀ କାର୍ଯ୍ୟକ୍ରମ ସରି ନ ଥିବାରୁ ଓସାଟ କର୍ତୂପକ୍ଷ ଏ ପର୍ଯ୍ୟନ୍ତ ସାମାଜିକ ସମୀକ୍ଷା ରିପୋର୍ଟ ପ୍ରଦାନ କର ିନ ଥିବା ପ୍ରକାଶ କରିଥିଲେ ।ଜିଲ୍ଲାର ସବୁ ବ୍ଲକରୁ ରିପୋର୍ଟ ଆସିଲା ପରେ ପେନସନ ପ୍ରଦାନ କରୁଥିବା ଅଧିକାରୀଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ଓ ପରବର୍ତି ସମୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ଅର୍ଥକୁ ସଂପୃକ୍ତ ଅଧିକାରୀମାନଙ୍କଠାରୁ ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.