Home କୋରାପୁଟ ପଟ୍ଟାଙ୍ଗୀ ପଂଚାୟତରେ ପିଠା ଶିବିର ; ୧୦୦ ହିତାଧିକାରୀଙ୍କୁ ଏଲଇଡି ବଲବ ଓ ୫୩ ନୂତନ...

ପଟ୍ଟାଙ୍ଗୀ ପଂଚାୟତରେ ପିଠା ଶିବିର ; ୧୦୦ ହିତାଧିକାରୀଙ୍କୁ ଏଲଇଡି ବଲବ ଓ ୫୩ ନୂତନ ଏସଏଚଜିକୁ ମୂଳଧନ ଅର୍ଥରାଶି ପ୍ରଦାନ

370

କୋରାପୁଟ ; ତା୧୬-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ପଂଚାୟତରେ ପିଠା ଶିବିର ଅନୁଷ୍ଠିତ ହୋଇଯାଇଛି। ପଂଚାୟତ ସରପଂଚ ଭଗବାନ ଖରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ.ଅରୁଣ କୁମାର ଖଣ୍ଡା, ଏବିଡିଓ ପଦ୍ମନାଭ ତ୍ରୀପାଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ୧୦୦ ଜଣ ହିତାଧିକାରୀଙ୍କୁ ମାଗଣା ଏଲଇଡି ବଲବ ପ୍ରଦାନ କରାଯାଇଥିବା ବେଳେ ସୁନେତ୍ର ଯୋଜନାରେ ୩ ଜଣଙ୍କୁ ଚଷମା ଓ ୫୩ ଟି ନୂତନ ଏସଏଚଜିକୁ ମୂଳଧନ ଅର୍ଥରାଶି ହିସାବରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଂଚାୟତ ନିର୍ବାହୀ ଅଧିକାରୀ ଦିବାକର ପୁରୋହିତ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.