Home କୋରାପୁଟ ପଟ୍ଟାଙ୍ଗିରେ ଚାଷି ଆତ୍ମହତ୍ୟା ଅଭିଯୋଗ

ପଟ୍ଟାଙ୍ଗିରେ ଚାଷି ଆତ୍ମହତ୍ୟା ଅଭିଯୋଗ

130

କୋରାପୁଟ ; ତା୧୮-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ରୁଣଭାର ଓ ଫସଲହାନି ଚିନ୍ତାରେ କୋରାପୁଟ ଜିଲାରେ ଜଣେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷିଙ୍କ ପତ୍ନୀ ନିଜେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପଟ୍ଟାଙ୍ଗି ବ୍ଲକ ପୁକାଲି ପଂଚାୟତ ମାଳିଗୁଡା ଗ୍ରାମର ଲୋକନାଥ ପାଙ୍ଗି (୫୭) ସ୍ଥାନୀୟ ସୋସାଇଟି ଓ ସାହୁକାର ଠାରୁ ରୁଣ ନେଇ ଚାଷ କରିଥିଲେ । ତେବେ କୌଣସି କାରଣରୁ ଚାଷରେ କ୍ଷତି ହେବାରୁ ସେ ଚନ୍ତିତ ହୋଇ ପଡିଥିଲେ ଓ ଭାରଗ୍ରସ୍ତ ଅବସ୍ଥାରେ ରହୁଥିବା ପତ୍ନୀ ପଦ୍ମିନୀ ପାଙ୍ଗି କହିଛନ୍ତି । ରବିବାର ସକାଳେ ଲୋକନାଥ ଜମିକୁ ଯାଇ ସେଠାରେ କୀଟନାଶକ ପିଇ ଘରକୁ ଫେରିଥିଲେ ଓ ସ୍ତ୍ରୀ ପଦ୍ମିନୀକୁ ଘଟଣା ସମ୍ପର୍କରେ କହିଥିଲେ । ପଦ୍ମିନୀ ଗ୍ରାମର କେତେକ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଲୋକନାଥକୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥୟ କେନ୍ଦ୍ରକୁ ନେଇଥିଲେ । ଚିକିସôାଧୀନ ଅବସ୍ଥାରେ ଲୋକନାଥ ହ୍ପିଟାଲରେ ପ୍ରାଣ ହରାଇଛନ୍ତି । ରୁଣ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ସ୍ୱାମୀ ଲୋକନାଥ ପାଙ୍ଗି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପତ୍ନୀ ପଦ୍ମିନୀ ପାଙ୍ଗି ପଟ୍ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.