Home ଜିଲ୍ଲା ପରିକ୍ରମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନକୁ ବିଜେପି ଜିଲା ସଭାପତିଙ୍କ ନୈତିକ ସମର୍ଥନ

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନକୁ ବିଜେପି ଜିଲା ସଭାପତିଙ୍କ ନୈତିକ ସମର୍ଥନ

25

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଦାବି ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଚାଳିଥିବା ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ବିଜେପିର ଭଦ୍ରକ ଜିଲା ସଭାପତି ହେମନ୍ତ କୁମାର ପାଢୀ । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘଦିନ ଧରି ଚାଲିଥିବା ଏହି ଆନ୍ଦୋଳନ ସ୍ଥଳରେ ଶ୍ରୀ ପାଢୀ ପହଞ୍ôଚ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତୁରନ୍ତ ଦାବିଗୁଡିକ ପୂରଣ କରିବା ନେଇ ସରକାରଙ୍କୁ ଜଣାଇଛନ୍ତି । ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଏହି ଧାରଣା ଫଳରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗତ ୨ ସପ୍ତାହ ଧରି ବ୍ୟାହତ ହୋଇଛି । ଫଳରେ ଲୋକଙ୍କ ସ୍ୱାର୍ଥ ଓ ପଂଚାୟତର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପରିସମାପ୍ତି ଘଟାଇବାରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପାଢୀ ଦାବି କରିଛନ୍ତି । ଏହି ଆନ୍ଦୋଳନସ୍ଥଳରେ ଶ୍ରୀ ପାଢୀଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚମାନେ ମଧ୍ୟ ନୈତିକ ସମର୍ଥନ ଜଣାଇ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.