Home କେନ୍ଦୁଝର ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ, ଭାଗ୍ୟଶ୍ରୀ ରାଉତ ପ୍ରଥମ

ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ, ଭାଗ୍ୟଶ୍ରୀ ରାଉତ ପ୍ରଥମ

79

ହାଟଡିହି-୮/୩/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ୫ମଶ୍ରେଣୀ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏଥିରେ ଜି.ଡି ନୋଡାଲ ୟୁପି ସ୍କୁଲ ସଙ୍ଗମର ଛାତ୍ରୀ ଭାଗ୍ୟଶ୍ରୀ ରାଉତ ୮୧ମାର୍କ ରଖି ବ୍ଲକର ପ୍ରଥମସ୍ଥାନ ହାସଲ କରିଛନ୍ତି । ସେ ବାପା ନାରାୟଣ ରାଉତ ଓ ମା ପ୍ରୀୟମ୍ବଦା ନାୟକଙ୍କ ସୁପୁତ୍ରୀ ଅଟନ୍ତି । ସେ ତାଙ୍କ ସାନବାପା ସନାତନ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶିକ୍ଷାଲାଭ କରୁଥିବାବେଳେ ଗତ ଡି.ଏମ.ଏଫ ପରୀକ୍ଷାରେ ବ୍ଲକର ଟପର ମଧ୍ୟ ହୋଇଥିଲେ । ସେହିପରି ପଢ଼ିଆରିପଲ୍ଲୀ ୟୁପିସ୍କୁଲର ଅରୁପାନନ୍ଦ ବେହେରା ୭୮ମାର୍କ ରଖି ଦ୍ୱିତୀୟ, ସରସ୍ୱତୀ ଶିଶୁମନ୍ଦିର ଜଳସରପୁରର ସଂଗ୍ରାମ କେଶରୀ ରାଉତ ୭୭ମାର୍କ ରଖି ତୃତୀୟ, ସରସ୍ୱତୀ ଶିଶୁ ମନ୍ଦିର ହାଟଡିହିର ଚେତନ ଚନ୍ଦ୍ରେଶ କର ୭୪ମାର୍କ ରଖି ଚତୁର୍ଥ, ସେହି ସ୍କୁଲର ଆଶୁତୋଷ ଦେବତା ୭୧ମାର୍କ ରଖି ପଞ୍ଚମ, ଶାସଙ୍ଗ ସରକାରୀ ଉ.ପ୍ରା ବିଦ୍ୟାଳୟର ଖ୍ରୀଷ୍ଟାବ୍ଦ ଖାରବେଳ ସ୍ୱାଇଁ ୬ଷ୍ଠ, ସୋସୋ ନୋଡାଲ ୟୁ.ପି.ସ୍କୁଲର ଓମ ପ୍ରଭାତ ମହାନ୍ତି ୭ମସ୍ଥାନ ହାସଲ କରିଛନ୍ତି । ଏନେଇ ଆଜି ବ୍ଲକଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.