Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ମହୋତ୍ସବ ୨୦୧୮ର ଚତୁର୍ଥ ସନ୍ଧ୍ୟା: ଶ୍ରୀଲଙ୍କାର କ୍ୟାଣ୍ଡି ଓ ଆସାମର ବିହୁ ନୃତ୍ୟରେ...

ନୟାଗଡ଼ ଜିଲ୍ଲା ମହୋତ୍ସବ ୨୦୧୮ର ଚତୁର୍ଥ ସନ୍ଧ୍ୟା: ଶ୍ରୀଲଙ୍କାର କ୍ୟାଣ୍ଡି ଓ ଆସାମର ବିହୁ ନୃତ୍ୟରେ ଦର୍ଶକ ଭରପୂର ମନୋରଞ୍ଜନ ନେଲେ

242

ନୟାଗଡ଼, ୨୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ଓରମାସ ପକ୍ଷରୁ ନୟାଗଡ଼ ଖେଳପଡ଼ିଆଠାରେ ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୧୮ର ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ ଆସର ଦର୍ଶକଙ୍କ ମନ ବେଶ୍ ମୋହିଥିଲା। ନୟାଗଡ଼ର ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ ନୟାଗଡ଼ ଜନସାଧାରଣଙ୍କ ଭାବଧାରାକୁ ବଖାଣି ଥିଲେ ମୁଖ୍ୟଅତିଥି ରଣପୁର ବିଧାୟକ ରବିନାରାୟଣ ମହାପାତ୍ର। ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରସନ୍ନ କୁମାର ଦାଶ ଓ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଜିଲ୍ଲାର ଗୌରବ ଗାରିମା ରାଜ୍ୟ ତଥା ରାଜ୍ୟ ବାହାରେ ୍େବଶ୍ ପ୍ରଶଂଶିତ ବୋଲି କହିଥିଲେ। ଆୟୋଜିତ ଉତ୍ସବର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଉପ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ। ପ୍ରାରମ୍ଭିକ ସଙ୍ଗୀତ ନୟାଗଡ଼ ବନ୍ଦନାରୁ ରଙ୍ଗ୍ାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆସାମର ବିହୁ ନୃତ୍ୟ ଦର୍ଶକଙ୍କ ମନ ଛୁଇଁଥିଲା, କୋଲକାତାର ମନେ୍ଦ୍ରା ଡ୍ୟାନ୍ସ ଗ୍ରୁପ ଦ୍ୱାରା ପରିବେଷିତ ଭାରତନାଟ୍ୟମ ଓ ଶ୍ରୀଲଙ୍କାର କ୍ୟାଣ୍ଡି ନୃତ୍ୟ, ମରାଠୀ ଲଗ୍ମା ନୃତ୍ୟ, ଖୋର୍ଦ୍ଧାର ପାଇକ ନୃତ୍ୟ, ଭୁବନେଶ୍ୱରର ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ ଦ୍ୱାରା ପରିବେଷିତ ମଡର୍ଣ୍ଣ ଡ୍ୟାନ୍ସ ବେଶ୍ ଉପଭୋଗ୍ୟ ହୋଇଥିଲା। ବିଶେଷକରି ଚଳଚ୍ଚିତ୍ର ନାୟିକା ଶିବାନୀ ଓ ଦିବ୍ୟାଙ୍କୁ ଦେଖିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ସଭାକାର୍ଯ୍ୟ ସଂଯୋଜନା କରିଥିଲାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ କବି ସାହିତ୍ୟକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଅଧ୍ୟାପକ ଗଣେଶ୍ୱର ମିଶ୍ର ପରିଚାଳନା କରିଥିଲେ। ଅନ୍ୟଦିନ ଅପେକ୍ଷା ଚତୁର୍ଥ ସନ୍ଧ୍ୟାରେ ଦର୍ଶକ ଶୀତୁଆ ରାତିରେ ଏକ ନିଆରା ଉଷ୍ମତାରେ ଭରପୂର ମନୋରଂଜନ ପାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.