Home ଓଡ଼ିଶା ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍କୁଲ କଲେଜ ମିଳିତ ମଂଚର ଅନଶନ ଓ ଗଣଧାରଣା

ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍କୁଲ କଲେଜ ମିଳିତ ମଂଚର ଅନଶନ ଓ ଗଣଧାରଣା

114

ନୟାଗଡ଼, ୨ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ିଶା ସ୍କୁଲ, କଲେଜ ମିଳିତ ମଂଚର ପକ୍ଷରୁ ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ୧୨ ଘଂଟିଆ ଅନଶନ ଓ ଗଣଧାରଣା ଦିଆଯାଇଛି। ୬୬୨, ୪୪୮ ବର୍ଗ କଲେଜ ଓ ସ୍କୁଲର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ନିଜର ହକ୍ ଦାବି ପାଇଁ ରାଜଧାନୀରେ ଧାରଣା ସହ ବ୍ଳକ ଆଗରେ ଧାରଣା ଓ ମୋଟରସାଇକେଲ ଶୋଭାଯାତ୍ରା କରି ଗାଁ ଗାଁ ବୁଲି ସରକାରଙ୍କ ଶିକ୍ଷା ମାରଣ ନୀତିକୁ ଘୋର ବିରୋଧ କରି ଜନ ସଚେତନତା କରିଥିବାବେଳେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୨୫/୩୦ ବର୍ଷ ଧରି ବିନା ଦରମାରେ ଖଟୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ଦରମା ପାଇବାକୁ ଚାହିଁ ଚାହିଁ ଇହଧାମ କରିଥିବାବେଳେ ଆଉ କେତେକ ଅବସର ଗ୍ରହଣ କରିସାରିଲେଣି ଓ ଆଉ କେତେକ ଅବସର ନେବାକୁ ବସିଲେଣି। ସେମାନଙ୍କ ପ୍ରତି ସରକାର ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସେମାନଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡ଼ିଲାଣି। ଯାହାକି ଗତ ଅଗଷ୍ଟ୧୬ତାରିଖରୁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ସ୍କୁଲ, କଲେଜ ଛାଡ଼ି ଭୁବନେଶ୍ୱର ରାଜ ଦାଣ୍ଡରେ ଧାରଣାରେ ବସି ରହିଥିବାବେଳେ ପରେ ସ୍କୁଲ କଲେଜରେ ତାଲା ବନ୍ଦ ଆନ୍ଦୋଳନ ଓ ପରେ ବ୍ଳକ ଆଗରେ ଧାରଣା ଦେବା ଓ ଗାଁ ଗାଁ ରେ ଶୋଭାଯାତ୍ରା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜର ଦାବି ଉପସ୍ଥାପିତ କରି ଧାରଣା ଓ ଅନଶନରେ ବସିଛନ୍ତି। ସେମାନଙ୍କୁ ପୂର୍ଣ୍ଣ ଅନୁଦାନ ଦେବା ସହ ବ୍ଳକଗ୍ରାଣ୍ଡ ଉଚ୍ଛେଦ ଓ ଚାକିରି ସର୍ତ୍ତା୍ବଳୀ ଉଚ୍ଛେଦକୁ ସରକାର ମାନିନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ୬୬୨ ବର୍ଗ କଲେଜ ସଂଘର ନେତା ସରୋଜ କୁମାର ରଥ, ୪୪୮ ବର୍ଗ କଲେଜ ସଂଘର ନେତା ବ୍ୟୋମକେଶ ରଥ ଓ ସ୍କୁଲ ସଂଘର ଜିଲ୍ଳା ନେତା ମାଣିକେଶ୍ୱର ସ୍ୱାଇଁ ପ୍ରମୁଖଙ୍କ ନେତ୍ୱତ୍ୱରେ ଅନୁଷ୍ଠିତ ଏହି ଅନଶନ ଓ ଧାରଣାରେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, କମ୍ୟୁନିଷ୍ଟ ତଥା କୃଷକ ନେତା ବିଶ୍ୱନାଥ ମହାପାତ୍ର, ବିଜେପି ଯୁବ ନେତା ସନ୍ତୋଷ କୁମାର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟକ୍ଷ ଦୁଃଖିଶ୍ୟାମ ଦାଶ, ସାମ୍ବାଦିକ ଉତ୍ପଳ କୁମାର ସାହୁ ପ୍ରମୁଖ ଶିକ୍ଷକ ଅଧ୍ୟାପକଙ୍କ ଦାବିକୁ ଯଥାର୍ଥ ବୋଲି କହିବା ସହିତ ସେମାନଙ୍କ ଦାବିକୁ ସରକାର ମାନିନେବାକୁ ଅନୁରୋଧ କରିଥିଲେ। ଏଥିରେ ନୟାଗଡ଼ ଜିଲ୍ଳାର ସମସ୍ତ ବ୍ଳକଗ୍ରାଣ୍ଡ ସ୍କୁଲ କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.