Home ଓଡ଼ିଶା ନୟାଗଡ଼ ଉପକାରାଗାରରୁ କଏଦୀ ଫେରାର

ନୟାଗଡ଼ ଉପକାରାଗାରରୁ କଏଦୀ ଫେରାର

102

ନୟାଗଡ଼, ୫ା୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖୁଟୁବଂନ୍ଧ ସ୍ଥିତ ଉପକାରାଗାରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। କଏଦୀର ନାମ ସୌରଭ କୁମାର ବିଶୋୟୀ ଓ ତାଙ୍କ ଘର ଇଟାମାଟି ରତ୍ନପୁରପାଟଣା। ସେ ଦୁଇଟି ଦୁଷ୍କର୍ମ ମାମଲାରେ ଜେଲରେ ଥିବାବେଳେ କୋର୍ଟ ତାଙ୍କୁ ୨୨ବର୍ଷ ଜେଲ ଜଣ୍ଡାଦେଶ ଦେଇଥିଲେ। ଏହାକୁ ନେଇ ନୟାଗଡ଼ରେ ଆଲୋଚନାର ବିଷୟ ହୋଇଥିଲାବେଳେ ନୟାଗଡ଼ ଥାନା ପୋଲିସ ଫେରାର ଆସାମୀକୁ ଖୋଜିବା ପାଇଁ ଜୋରଦାର ଲାଗିପଡ଼ିଛି। ତେବେ କଏଦୀର ଫେରାର ପଛରେ ଢିଲା ଜେଲ ବ୍ୟବସ୍ଥାକୁ ଦାୟୀ କରାଯାଇଛି। ଖବର ଲେଖା ହେବାବେଳକୁ ଜେଲ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.