Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ

ନୟାଗଡ଼ରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ

126

ନୟାଗଡ଼, ୧୮-୦୯ (ଓଡ଼ିଆ ପୁଅ) – ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଦିବା ଘ.୧୦.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାୟକ୍ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ସଦସ୍ୟା କୁସୁମୀ ରଥ, ସ୍ନେହାଞ୍ଜନ ମହାନ୍ତି ଏବଂ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକ ତଥା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ରାଜ୍ୟ ମହିଳା ଆୟୋଗ ଶିବିର ଅଦାଳତ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହାପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ଶିବିର ଅଦାଲତ ସଂପର୍କରେ ଆଲୋଚନା କରିଥିଲେ। ପରେ ପରେ ଅଦାଲତରେ ଉପସ୍ଥିତ ଥିବା ମହିଳାମାନଙ୍କର ଆପତ୍ତି ଅଭିଯୋଗକୁ ଶୁଣାଣି କରି ୪୨ଟି ମାମଲା ଫଇସଲା କରିଥିଲେ। ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ମଧ୍ୟରେ ସୁଶ୍ରୀ ପ୍ରଭାସିନୀ ନନ୍ଦ, ଉଷା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡ଼ିକ ଫଇସଲା କରିବାରେ ସହଯୋଗ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.