Home ଓଡ଼ିଶା ନୟାଗଡ଼ରେ ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ

ନୟାଗଡ଼ରେ ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ

126

ନୟାଗଡ଼, ୨ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ଜିଲାପାଳ ଏନ୍ ତିରୁମାଲା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ରଣପୁର ବିଧାୟକ ରବିନାରାୟଣ ମହାପାତ୍ର ଓ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କର ଏହି ଲୋକାଭିମୁ/ଖୀ ଯୋଜନାକୁ ଶୁଭାରମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସପି, ଅତିରିକ୍ତ ଜି୍ଲାପାଳ, ଉପଜିଲାପାଳ, ପିଡି ଡିଆରଡିଏ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲାପରିଷଦ ଅଧ୍ୟକ୍ଷା, ଉପଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ ବ୍ଳକର ମାଛିପଡ଼ା ପଂଚାୟତ, ବାଲୁଗାଁ ପଂଚାୟତ ଓ ନୟାଗଡ଼ ଏନଏସିର ହିତାଧିକାରୀମାନଙ୍କୁ ରାସନକାର୍ଡ଼ ବଂଟନ କରିଥିଲେ। ଏହି ପର୍ଯ୍ୟାୟରେ ପ୍ରଥମେ ୭ହଜାର ପରିବାରକୁ ରାସନକାର୍ଡ଼ ଯୋଗାଯାଇଥିବା ଜିଲ୍ଳାପାଳ ପ୍ରକାଶ କରିଥିଲେ। ଏହି ଉତ୍ସବରେ କବି, ଉପସ୍ଥାପକ ଶରତ ଚନ୍ଦ୍ରୂ ଆଚାର୍ଯ୍ୟ ଉପସ୍ଥାପାନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.