Home ଓଡ଼ିଶା ନୟାଗଡ଼ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର: କହିଲେ କେନ୍ଦ୍ର ସରକାର ଗଠନରେ ବିଜେଡିର ପ୍ରମୁଖ...

ନୟାଗଡ଼ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର: କହିଲେ କେନ୍ଦ୍ର ସରକାର ଗଠନରେ ବିଜେଡିର ପ୍ରମୁଖ ଭୂମିକା ରହିବ

259

ନୟାଗଡ଼, ୨୪ା୩ (ଓଡ଼ିଆ ପୁଅ) : ନୟାଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷିରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସମବେତ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ୱ ଜନ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହାତ ହଲାଇ ସମବେତ ଜନତାଙ୍କୁ ସମ୍ବୋଧିତ କରି ଆପଣମାନେ ଖୁସିତ ମୁଁ ଖୁସି କହିବା ସହିତ ମୁଁ ଆପଣଙ୍କ ମାନଙ୍କ ସାଥୀରେ ଅଛି ଓ ରହିବି ବୋଲି କହି ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ଉପରେ ଜଣାଇଥିଲେ। ସେ କହିଲେଯେ କେନ୍ଦ୍ର ସରକାର ରାଜ୍ୟକୁ ବାରମ୍ବାର ଉପେକ୍ଷିତ କରି ଚାଲିଛି। ତଥାପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଆମର ଅହରହ ସଂଗ୍ରାମ ଜାରି ରହିଛି ଏବଂ ହାସଲ ପର୍ଯ୍ୟନ୍ତ ରହିଥିବ। ୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାପାଇଁ ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ସତ୍ୱେବି ନିର୍ବାଚନ ପରେ ତାହା ପୂରଣ କରିବାରେ ତିଳେମାତ୍ର ପଦକ୍ଷେପ ନେଲାନାହିଁ। ତଥାପି ରାଜ୍ୟସରକାର ତା’ର ନିଜସ୍ୱ ଯୋଜନା କରି ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେବାର ସବୁ ପ୍ରୟାସ କରି ଆସିଛି। ସରକାରଙ୍କ ମିଶନ ଶକ୍ତି ପ୍ରକଳ୍ପ ମାଧ୍ୟମରେ ମହିଳାଙ୍କୁ ବିନା ସୁଧରେ ଋଣ ଦେବା ସହ କାଳିଆ ଯୋଜନାରେ ଲୋକମାନଙ୍କ ସହାୟତା ଯୋଗାଇପାରିଛି। ଏହି ଯୋଜନାରେ ୩୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିଥିବାବେଳେ ଆଉ ୨୦ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ବିରୋଧିମାନେ ଯେତେ ରୋକିବା ପାଇଁ ଅପଚେଷ୍ଟା କଲେବି ଚାଷୀଙ୍କ ପ୍ରାପ୍ୟକୁ କେହି ଅଟକାଇ ପାରିବେ ନାହିଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ସେ ଆଉ ମଧ୍ୟ କହିଲେଯେ ଏଥର ନିର୍ବାଚନରେ କେନ୍ଦ୍ରରେ କୌଣସି ଦଳକୁ ବହୁମତ ମିଳିବ ନାହିଁ। କେନ୍ଦ୍ର ସରକାର ଗଠନ କରିବାରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶାକୁ ଆଗକୁ ଆଗକୁ ଆହୁରି ବିକାଶ ଦିଗରେ ସାମିଲ କରିବାକୁ ହେଲେ ବିଜେଡି ପ୍ରାର୍ଥୀଙ୍କୁ ଜିତେଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ତାଙ୍କ ଅଭିଭାଷଣରେ କହିଲେଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ବିକାଶର ସ୍ୱର୍ଣ୍ଣୀମ ଅଧ୍ୟାୟ ସୃଷ୍ଟି ହୋଇଛି। ଯେତେ ଲୋକପ୍ରିୟ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରଣୟନ କରୁଛନ୍ତି ତାଙ୍କୁ ଅନ୍ୟରାଜ୍ୟ ତଥା ଦେଶରେ ଅନୁକରଣ କରୁଛନ୍ତି ବୋଲି କହିଥିଲେ। ଯାହାକି ସାରା ଦେଶରେ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ପୁରୀ ସାଂସଦ ପିନାକୀ ମିଶ୍ର, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ପୂବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ଓ ବିଜେଡିର ବହୁ ତୁଙ୍ଗନେତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.