Home ଓଡ଼ିଶା ନୃତ୍ୟ ସଂଗୀତରେ ସରିଲା ମାଲ୍ୟବନ୍ତ ମହୋତ୍ସବ, ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା

ନୃତ୍ୟ ସଂଗୀତରେ ସରିଲା ମାଲ୍ୟବନ୍ତ ମହୋତ୍ସବ, ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା

312

ମାଲକାନଗିରି, ୧୪ା୧(ଓଡିଆ ପୁଅ) ନୃତ୍ୟ ସଂଗୀତରେ ରବିବାର ରାତ୍ରରେ ସରି ଯାଇଛି ମାଲ୍ୟବନ୍ତ ମହୋତ୍ସବ। ଆଜି ଠାରୁ ଆରମ୍ଭ ହୋଇଯାଇଛି ପଲ୍ଲୀଶ୍ରୀ ମେଳା, ଗତକାଲି ରାତ୍ରରେ ଚଳଚିତ୍ର ଅଭିନେତା ବବି ମିଶ୍ର, ସୁମନ, ଚଳଚିତ୍ର ଅଭିନେତ୍ରୀ ଅନୁଭାଙ୍କ ସହିତ ଚଳଚିତ୍ର ସଂଗୀତ ଗାୟକ ଆଶୁତୋଷ ମହାନ୍ତିଙ୍କ ସହ ଭୁବନେଶ୍ୱର କେ.୧ ଲାଇଭ ଧୁନର ମେଲୋଡି ପାର୍ଟି ମାଲ୍ୟବନ୍ତ ଉତ୍ସବର ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟାକ୍ରମକୁ ସରଗରମ କରିଦେଇଥିଲେ। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକମାନେ ପ୍ରବଳ ଶୀତରେ ଜଗିରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଶେଷ ସନ୍ଧ୍ୟାରେ ଗୁଜୁରାଟର ସିଦ୍ଧି ଧମାଲ, ଲାବଣୀ, ପଶ୍ଚିମ ବଙ୍ଗର ଛଉନୃତ, ମାଲକାନଗିରିର ଓଡିଶୀ, ମାଲ୍ୟବନ୍ତ ନୃତ ଦଳ, ଜୟପୁର ପ୍ରରଣା, ପୁରୁଲିଆର ଛଉନୃତ୍ୟ, କଲିକତାର ଉପାସନା, ନୁପୂର, ଗଜପତିର ଲୋକନୃତ୍ୟ, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମର କୁଚୁପୁଡି ନୃତ୍ୟ, ମହାରାଷ୍ଟ୍ର ର ଲାବଣୀ, ଗଞ୍ଜାମର ଘୁଡିକିନୃତ୍ୟ, ବରଗଡର ଦୁଲଦୁଲି, ବଲାଙ୍ଗିର ଏକତାରା ନୃତ୍ୟ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ମାଲ୍ୟବନ୍ତ ମଣ୍ଡପନିକଟରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ଭିଡ ଜମିଥିଲା। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀମାନଙ୍କୁ ସମ୍ମାନିତ କରିଥିଲେ।

ଏହି କାର୍ଯକ୍ରମରେ ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର, ଜିଲ୍ଲା ସାଂସ୍କୃତିକ ଅଧିକାରୀ ତଥା ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମାଲ୍ୟବନ୍ତ ଉତ୍ସବ ସ୍ଥଳରେ ପ୍ରଥମ ଥର କରି ଇଭିଏମ, ଭିଭିପାଟ ମେସିନରେ ଭୋଟ ଦେବା ସଂପର୍କରେ ଜନ ସଚେତନତା ପାଇଁ ମକ ପୋଲ କରାଯାଇଥିଲା। ଉତ୍ସବ ସ୍ଥଳରେ ଜିଲ୍ଲା ଶିଶୁମଙ୍ଗଳ କମିଟିର ଷ୍ଟଲରେ ମାଟିର ମୂର୍ତ୍ତି ଓ କଣ୍ଢେଇରେ ପ୍ରଦର୍ଶିତ ହୋଇଥିବା ବାଲ୍ୟ ବିବାହର କୁପରିଣତିର ଜନ ସଚେତନତାକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କର ସେଠାରେ ଭିଡ ଲାଗିଥିଲା।

ଜିଲ୍ଲାରେ ଓରମାସ ପକ୍ଷରୁ ଏସଏଜି ଗୃପ, ସହିତ ଜିଲ୍ଲା ଓ ଜିଲ୍ଲା ବାହରରୁ ଅନେକ ଷ୍ଟଲ ଖୋଲା ଯାଇଥିଲା ଶୀତ ସନ୍ଧ୍ୟରେ ଠୁଙ୍କାପୁରୀ, ଦହିବରା ଆଳୁଦମ, ଚାଟ, ଆଇସି କ୍ରିମ, ପୁରିର ମାଲପୁଆ, ଗଜା, ଛତିଶଗଡର ବରିଫ ମିଠା, ଖାଇବା ସହିତ ଅନେକ ଘରକରଣା ଜିନିଷ କିଣି ଦର୍ଶକମାନେ ମଜା ଉଠାଇଥିଲେ। ଉତ୍ସବ ମଇଦାନରେ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ଷ୍ଟଲ ସହିତ, ଦୋକାନ ବଜାର, ମିନାବଜାର ସାଙ୍ଗକୁ ଭେଳିକି ଭିଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତାକର୍ଷକ ହୋଇଛି, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀ ମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇଛି। ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ୫ଜଣ ଡିଏସପି, ୧୦ଜଣ ଇନିସପେକ୍ଟର, ୮ପ୍ଲାଟୁନ ପୁଲିସ ଫୋର୍ସ, ବିଏସଏଫ ଜବାନ ମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲାପୁଲିସ ଙ୍କୁ ମୁତୟନକରା ଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.