Home ଓଡ଼ିଶା ନୂଆପଡା -କାଳ ବୈଶାଖୀ ନେଲା ଗୋଟିଏ ପରିବାରର ଦୁଇ ଜୀବନ

ନୂଆପଡା -କାଳ ବୈଶାଖୀ ନେଲା ଗୋଟିଏ ପରିବାରର ଦୁଇ ଜୀବନ

923

ନୂଆପଡ଼ା-୨୦-୪- (ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ )-ଝଡ ତୋଫାନର କରାଳ ରୂପ ଯୋଗୁଁ ଗତକାଲି ଗଛତଳେ ଚାପିହୋଇ ଗୋଟିଏ ପରିବାରର ଦୁଇ ଦୁଇଟା ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଭଣ୍ଡାରପୁରି ଗାଁରେ। ଅତି ଦୟନୀୟ ଅବସ୍ଥାରେ ଗୋଟିଏ ଛୋଟ କୁଡ଼ିଆରେ ପରିବାର ଲୋକେ ଆଶ୍ରୟ ନେଉଥିଲେ। ହେଲେ କାଳରକରାଳ ତାଣ୍ଡବ ନିମିଷକ ମଧ୍ୟରେ ନେଇଗଲା ମା’ ଗଣେଶି ତାଣ୍ଡି ଓ ଝୀଅ ତୁଳସି କୁମାରୀ ତାଣ୍ଡିଙ୍କ ଜୀବନ। ରାତିରେ ମା ଓ ଝୀଅ ଗୋଟିଏ କୋଠରୀରେ ଶୋଇଥିବା ବେଳେ ବାପା ପୁନିତରାମ ତାଣ୍ଡି ଅନ୍ୟ ଏକ କୋଠରୀରେ ଶୋଇଥିଲେ। କାଳ ବୈଶାଖି ଯୋଗୁଁ ପାଖରେ ଥିବା ପିପଲ ଗଛ ଘର ଉପରେ ପଡି ଯାଇଥିଲା। ଯେଉଁଥିରେ ଘର ଭିତରେ ୩ ଜଣ ଚାପି ହୋଇ ଯାଇଥିଲେ। ଖବର ପାଇ ଜୋଙ୍କ ପୋଲିସ ସହ ଖରିଆର ରୋଡ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ଅବସ୍ଥାରେ ପୁନିତକୁ ଉଦ୍ଧାର କରି ନୂଆପଡା ଚିକିତ୍ସାଳୟ ପଠାଇଥିବା ବେଳେ ମା, ଝୀଅଙ୍କ ମୃତଦେହ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.