Home ଓଡ଼ିଶା ନିଶା କାରବାର ରେକେଟର ଚେର କେଉଁଠି, ଜିଲ୍ଲା ପୋଲିସ ଗୋଟିଏ ଦିନରେ ୬ ବ୍ୟବସାୟୀ ଗିରଫ,...

ନିଶା କାରବାର ରେକେଟର ଚେର କେଉଁଠି, ଜିଲ୍ଲା ପୋଲିସ ଗୋଟିଏ ଦିନରେ ୬ ବ୍ୟବସାୟୀ ଗିରଫ, ବ୍ୟାପକ ନିଶା ସାମଗ୍ରୀ ଜବତ

341

ବଲାଙ୍ଗୀର ୩-୨ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ବେଆଇନ ନିଶା କାରବାର ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ହେବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଛି। ଏସକଫ ନାମକ ଏକ କଫ ଶିରଫ, ବିଭିନ୍ନ ନିଶା ବଟିକା କାରବର ଚାଲିଥିବା ବେଳେ ଜଣେ ଖବର କାଗଜ କର୍ମଚାରୀଙ୍କ ହତ୍ୟା ସହ ବିଗତ ଦିନରେ ଦୋକାନ ସହ ଜୀଅନ୍ତା ଜାଳି ମାରିଦେବା ଘଟଣା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ବଲାଙ୍ଗୀର ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୋଟିଏ ଦିନରେ ୬ ଜଣଙ୍କୁ ଗିରଫ ସହ ଅନେକ ମାତ୍ରାରେ ନିଶା ଦ୍ରବ୍ୟ ଜବତ କରିଛନ୍ତି। ତେବେ ଚାରି ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଅନ୍ୟ କିଛି ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇ ଥିବା ସୂଚନା ମିଳିଛି। ତେବେ କଟକରୁ ଜାଲ କାଗଜ ପତ୍ର କରି ବଲାଙ୍ଗୀର ଆସିବା ଓ ଏଠୁ ବିଭିନ୍ନ ଜିଲ୍ଲାକୁ ଚାଲାଣ କରୁଥିବା ବେଳେ ଏହି ବଲାଙ୍ଗୀର ନିଶା କାରବାର ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ପ୍ରକାଶ ପାଇଛି। ତେବେ କେତେକ ଅସାଧୁ ବ୍ୟବସାୟୀ ରାଜନୈତିକ ଛତ୍ର ଛାୟା ତଳେ ରହି ଏ କାରବର ଚଳାଇ ଥିବା ଅଭିଯୋଗ ହୋଇ ଆସୁଛି। ତେବେ ଏବେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଏକ ସ୍ୱତନ୍ତ୍ର ଦଳ ଗଠନ କରି ଥିବା ବେଳେ ଏହାର ଚେର କେଉଁଠି ତାହା ଜାଣିବା ଏକ ଚେଲେଞ୍ଜ ହୋଇ ପଢ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.