Home ଜିଲ୍ଲା ପରିକ୍ରମା ନିର୍ବାଚନ ଆଚରଣବିଧି ସଂପର୍କରେ ମାଲକାନଗିରି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ମାଓପ୍ରବଣ ବୁଥ ପାଇଁ 2ଟି ସ୍ୱତନ୍ତ୍ର...

ନିର୍ବାଚନ ଆଚରଣବିଧି ସଂପର୍କରେ ମାଲକାନଗିରି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ମାଓପ୍ରବଣ ବୁଥ ପାଇଁ 2ଟି ସ୍ୱତନ୍ତ୍ର ହେଲିକେପ୍ଟର ବ୍ୟବସ୍ଥାହେବ ।

294

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ଗତକାଲି ନିର୍ବାଚନ କମିଶନର ଙ୍କ ନିର୍ବାଚନ ତାରିଖ ଘୋଷଣା ଓ ଆଚରଣ ବିଧା ଲାଗୁ ହେବାପରେ ଆଜି  ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ମାସ ୧୧ତାରିଖେ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ସହ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନାସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଟିତ ହେବ,ଏହା ମାଓପ୍ରବଣ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ବୁଥରେ ପୁଲିସ କଡାସୁରକ୍ଷା ମଧ୍ୟରେ ନିର୍ବାଚନ କରାଯିବ, ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ ସହ ମାଓପ୍ରବଣ ଅଚଂଳ ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ହେଲିକେପ୍ଟର ବ୍ୟବସ୍ଥା କରାଯାଇଛି,ଗତକାଲି ରାତ୍ରରୁ ଆଚରଣବିଧି ଲାଗୁ ହୋଇ ଯାଇଛି,ବିଭିନ୍ନ ସରକାରି କାନ୍ଥ ବାଡ ଓ ସର୍ବସାଧରଣ ସ୍ଥାନରେ ଲଗାଯାଇଥିବା ବିଭିନ୍ନରୋଜନୈତିକ ଦଳର ସଙ୍କେତ ଓ ଫଟୋ ଥିବା ପୋଷ୍ଟର ହୁଡିଂ,ବ୍ୟାନର ଗୁଡିକୁ ଆଜି ଠାରୁ ଖୋଲି ଦିଆ ଯାଇଛି । ଆଜି ଠାରୁ କୌଣସି ନୂତନ ଉନ୍ନୟନମୂଳକ କାର୍ଯ୍ୟ ହେବନାହିଁକି ଉଦଘାଟନି ଭିତିପ୍ରସ୍ତର ସ୍ଥାପନ କରାଯିବାନାହିଁ,ମାଲକାନଗିରି ଜିଲ୍ଲାରେ ୪୧୫୫୫୭ ଭୋଟର ଙ୍କ ମଧ୍ୟରୁ ପୁରୁଷ ଭୋଟର ୨୦୨୮୩୯ଜଣ, ମହିଳା ଭୋଟର ୨୧୨୬୯୮ ଜଣ ଓ ତୃତୀୟ ଲିଙ୍ଗ ଭୋଟର ୨୦ଜଣ ଅଛନ୍ତି । ଏହି ଭୋଟରଙ୍କ ମଧ୍ୟରୁ ୫୩୨୬ ଜଣ ଭିନ୍ନକ୍ଷମ ଭୋଟର ଓ ବରିଷ୍ଟ ନାଗରିକ ଭୋଟର ମାନଙ୍କ ପାଇଁ  ବିଭିନ୍ନ ବୁଥରେ ରାମ୍ପ,ହୁଇଲ ଚେୟାର ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଜିଲ୍ଲାରେ ୫୪୦ଟି ଭୋଟ କେନ୍ଦ୍ର ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ଭୋଟ କେନ୍ଦ୍ରରହିଛି । ଉଭୟ ନିର୍ବାଚନ ମଣ୍ଡଳୀରେ ୧୯୮ଟି ସମ୍ବେଦନଶୀଳ ଭୋଟକେନ୍ଦ୍ର ଚିହ୍ନଟ କରାଯାଇଛି ।ଇତିମଧ୍ୟରେ  ଇଭିଏମ ଓ ଭିଭିପାଟ୍ ମେସିନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ଚଳିତ ସାଦରଣ ନିର୍ବାଚନ ଆଚରଣବିଧି ଉଲଙ୍ଘନ ନକରି ନିରପକ୍ଷ,ସ୍ୱଚ୍ଛ, ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହେବା ପ୍ରତି ଗୁରତ୍ୱ ଦିଆ ଯାଇଛି  ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସୁଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଦାନ,ନିର୍ବାଚନ ଅଧିକାରୀ ରାମକୃଷ୍ଣ ନାୟକ ଙ୍କ ସହିତ ଜିଲ୍ଲାସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.