Home କୋରାପୁଟ ନିର୍ବାଚନକୁ ନେଇ ଜିଲ୍ଲାପ୍ରଶାସନର ସାମ୍ବାଦିକ ସମ୍ମିଳନୀ

ନିର୍ବାଚନକୁ ନେଇ ଜିଲ୍ଲାପ୍ରଶାସନର ସାମ୍ବାଦିକ ସମ୍ମିଳନୀ

242

କୋରାପୁଟ ; ତା୧୧-୦୩-୧୯(ଓଡିଆପୁଅ ରଂଜନ କୁମାର ଦାସ)ଭାରତ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଗତକାଲିଠାରୁ ଆଦର୍ଶ ଆଚରଣ ବିଧିନ ଲାଗୁ ହେଲା ବୋଲି ଘୋଷଣା କରିବା ପରେ କୋରାପୁଟ ଜିଲ୍ଲାପ୍ରଶାସନର ତତକ୍ଷଣାତ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ତଥା ବ୍ଲକରେ ବିଭିନ୍ନ ହୋଡିଂରେ ନେତାମାନଙ୍କ ଫ୍ଲେକ୍ସଗୁଡିକ ହଟେଇ ଦେଇଥିବା ଜଣାପଡିଛି।ଆଜି ଅପାରହ୍ନରେ ଜିଲ୍ଲାପାଳଙ୍କ ଅଫିସ ସଭାଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ୱଛ ଓ ନିରପକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ସାମ୍ବାଦିକମାନେ ସହଯୋଗ କରିବାକୁ ନିବେଦନ କରିଥିଲେ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଯୋଗଦେଇ ଆସନ୍ତା ୧୮ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଜ୍ଞନ ପତ୍ର ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ୨୮ ତାରିଖ ରେ ନାମାଜ୍ଞନପତ୍ର ପ୍ରତ୍ୟାହାର ଥିବା ବେଳେ ୧୧ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତହେବା ସହ ୨୩ ତାରିଖ ଦିନ ଗଣତି କରାଯିବ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ନିର୍ବାଚନ ମଣ୍ଡଳୀରେ ୨୦୪ ଟି ଭୋଟକେନ୍ଦ୍ର ରହିଥିବା ବେଳେ ଜୟପୁରରେ ୨୩୫, କୋଟପାଡରେ ୨୪୩, ଲକ୍ଷ୍ମିପୁରରେ ୨୨୩, ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀରେ ୨୩୬ ଏହିପରି ସମୁଦାୟ ୧୧୪୧ ଟି ଭୋଟ କେନ୍ଦ୍ର ରହିଥିବା ସେ ପ୍ରକାଶ କରିଥିଲେ। ଆଦର୍ଶ ଆଚରଣ ବିଧି ତଦାରଖ ନିମନ୍ତେ କୋଟପାଡ ନିର୍ବାଚନମଣ୍ଡଳୀ ନିମନ୍ତେ ୪, କୋରାପୁଟ ନିମନ୍ତେ ୩, ଜୟପୁର ନିମନ୍ତେ ୩,  ଲକ୍ଷ୍ମିପୁର ନିମନ୍ତେ ୪ ଓ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀ ନିମନ୍ତେ ୪ ଏହିପରି ୧୮ ଟି ସ୍କାର୍ଡ ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ। ୭ ଜଣିଆ ମିଡିଆ ପ୍ରମାଣୀକରଣ ଓ ତଦାରଖ କମିଟ ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ।ଏହି କମିଟିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଯୋଜକ ଥିବା ସେ ପ୍ରକାଶ କରିଥିଲେ।କୋରାପୁଟ ପିଡି ଡିଆରଡିଏ ଆଦର୍ଶ ଆଚରନ ବିଧିର ନୋଡାଲ ଅଧିକାରୀ ରହିଥିବା ସେ ପ୍ରକାଶ କରିଥିଲେ।ସି ଭିଜିଲ ଆପ ମାଧ୍ୟମରେ ନିର୍ବାଚନ ସଂକ୍ରନ୍ତୀୟ ଯେ କୈାଣସି ଅଭିଯୋଗ ପଠାଇପାରିବେ ବୋଲି ସେ କହିବା ସହ ଆସନ୍ତା ୧୮ ତାରିଖଠାରୁ ଏହା ନିର୍ବାଚନ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଲୋକସଭା ରେ ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମିପୁର,  ଜୟପୁର,  କୋରାପୁଟ ଓ ପଟ୍ଟାଙ୍ଗୀ ଏହିପରି ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବା ସେ ପ୍ରକାଶ କରିଥିଲେ କୋରାପୁଟ ନିର୍ବାଚନ ମଣ୍ଡଳୀର ସୀମାବର୍ତ୍ତୀ ଚାନ୍ଦିଲି,  ଆରକୁ,  ଶୁଙ୍ଗୀ ପ୍ରଭୃତି ଅଂଚଳରେ ଗାଡିଗୁଡାକ ଉପରେ ସତର୍କ ନଜର ରଖାଯିବ ବୋଲି କହିବା ସହ ସତର୍କତା ନିମନ୍ତେ ସ୍କାର୍ଡ ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ।୧୧୪୧ ଟି ଭୋଟକେନ୍ଦ୍ର ମଧ୍ୟରୁ ଏ ପର୍ଯ୍ୟନ୍ତ ୮୦୦ ଟି ଭୋଟ କେନ୍ଦ୍ରରେ ବିଦ୍ୟୁତକରଣ କରାଯାଇଥିବା ବେଳେ ନିର୍ବାଚନ ପୂର୍ବରୁ ବାକି କାମ ସରିଯିବ ବୋଲି ସେ ପ୍ରକାଶ କରିଥିଲେ।ପ୍ରତ୍ୟେକ ଭୋଟ କେନ୍ଦ୍ରରେ ପାନୀୟ ଜଳର ସୁବିଧା କରାଯିବା ସହ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ର୍ୟାମ୍ପ ନିର୍ମାଣ କରାଯାଇଥିବା ସେ ପ୍ରକାଶ କରିଥିଲେ। ଏ ପର୍ଯ୍ୟନ୍ତ ଲକ୍ଷ୍ମିପୁର ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୬୮ ହଜାର ୭୩୪ ଜଣ ଭୋଟର ରହିଥିବା ବେଳେ କୋଟପାଡରେ ୧ ଲକ୍ଷ ୯୯ ହଜାର ୫୧୧,  ଜୟପୁରରେ ୨ ଲକ୍ଷ ୫୮୪୪, କୋରାପୁଟରେ ୧ ଲକ୍ଷ ୮୬ ହଜାର ୨୨୫ ଓ ପଟ୍ଟାଙ୍ଗୀରେ ୧ ଲକ୍ଷ ୮୮ ହଜାର ୨୪୮ ସମୁଦାୟ ୯ ଲକ୍ଷ ୪୮ ହଜାର ୬୬୨ ଜଣ ଭୋଟର ରହିଥିବା ସେ ସୂଚନା ଦେଇଥିଲେ। ନୂତନ ଭୋଟର ୬ ନମ୍ବର ଫର୍ମରେ ଏବେ ବି ନିବେଦନ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ।ଜିଲ୍ଲାରେ ୨୦ ହଜାର ୮୬୫ ଜଣ ଦିବ୍ୟାଙ୍ଗ ଭୋଟର ରହିଥିବା ସେ ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଏଡିଏମ ଦେବେନ କୁମାର ପ୍ରଧାନ,  କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,  ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ଏନଆଇସିର ଡିଆଇଓ ଶୈଳବାଳା ପୃଷ୍ଟି,  ଶଶିକୁମାର ଓ ମନୋଜ ଦାସ,  ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.