Home କୋରାପୁଟ ନିର୍ବାଚନକୁ ନେଇ ଆନ୍ତଃରାଜ୍ୟ ସମନ୍ନୟ ବୈଠକ

ନିର୍ବାଚନକୁ ନେଇ ଆନ୍ତଃରାଜ୍ୟ ସମନ୍ନୟ ବୈଠକ

225

କୋରାପୁଟ ; ତା୦୮-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଆଗକୁ ସାଧାରଣ ନିର୍ବାଚନ ଏହାକୁ ନେଇ କୋରାପୁଟଠାରେ ଏକ ଆନ୍ତଃରାଜ୍ୟ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୀମାନ୍ତ ଆନ୍ଧ୍ରପ୍ରଦେଶର ପ୍ରଶାସନ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପ୍ରଶାସନରଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ନିର୍ବାଚନକୁ ଶାନ୍ତିଶୃଖଂଳା ସହ କିପରି କରାଯିବ ସେଥିପ୍ରତି ବିଜୟନଗରମ ଓ ବିଶାଖାପାଟଣା ପ୍ରଶାସନ ସହ ସମନ୍ନୟ ରଖିବା ପରେ ଗୁରୁତ୍ୱ ଦିଆଯାଇଥିଲା।ନିର୍ବାଚନ ସମୟରେ ଅବକାରୀ ବିଭାଗ କର୍ମଚାରୀମାନେ କିପରି ସମନ୍ନୟ ରକ୍ଷା କରି କାର୍ଯ୍ୟକରିବେ ଓ କେନ୍ଦ୍ରୀୟ ପୋଲିସ ଫୋର୍ସ ମୃତୟନ ଉପରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏଡିଏମ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ.ଏ.ଅଖତାର, ଆଇଏଏସ (ପ୍ରୋବେନେସାରୀ) ଟି .ଏସ.ଦିବାକାର, ସହକାରୀ ଦୁର୍ଗପତି ଏମ.ଭାସ୍କର ରାଓ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ଡିଏସଇ କୋରାପୁଟର ଦେବୀ ପ୍ରସାଦ ଦାଶ, ଡିଏସପି ଏ.ପି.ମଲ୍ଲିକ, ଭାରପ୍ରାପ୍ତ ନିର୍ବାଚନ ଅଧିକାରୀ ସବ୍ୟସାଚୀ ବେହେରା, କୋରାପୁଟ ଆଂଚଳିକ ପରିବହନ ଅଧିକାରୀ ପି.କେ.ଦାଶ, ମାଲାକାନଗିରି ଉପଜିଲ୍ଲାପାଳ ବିରସେନ ପ୍ରଧାନ, ବିଜୟନଗରମ ଜିଲ୍ଲାପାଳ ଡ.ଏମ.ହରି ଜବାହାରଲାଲ, ବିଶାଖାପାଟଣା ଡିଆରଓ ଆର.ଗୁନ୍ନାଇଃ, ପାର୍ବତୀପୁରମ ଆଇଟିଡିଏର ପିଓ ଡ. ଜି.ଲକ୍ଷ୍ମିଶା, ପାର୍ବତୀପୁରମ ଉପଜିଲ୍ଲାପାଳ ଟି .ଏସ.ଚେତନ, ଏଏସପି ପାର୍ବତୀପୁରମ ଡ. ସୁମିତ ଗାରୁଡ, ଅବକାରୀ ଅଧିକ୍ଷକ ଏ.ଏସ.ପ୍ରାଜଲ ଓ ଏସ.ଡି.ଭି.ପ୍ରସାଦ, ଅବକାରୀ ନିରୀକ୍ଷକ ଭି .ବିଜୟ କୁମାର ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.