Home ଓଡ଼ିଶା ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା: ସିସିଟିଭି କ୍ୟାମେରା ଓ କଡା ସୁରକ୍ଷା ବଳୟରେ ୨୫୪ ନମ୍ବର...

ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା: ସିସିଟିଭି କ୍ୟାମେରା ଓ କଡା ସୁରକ୍ଷା ବଳୟରେ ୨୫୪ ନମ୍ବର ବୁଥରେ ୧୮ ତାରିଖରେ ସାନି ନିର୍ବାଚନ

826

ମାଲକାନଗିରି, ୧୬ା୪ (ଓଡିଆ ପୁଅ ) ଗତ ୧୧ତାରିଖଦିନ ନିର୍ବାଚନ ସରିବାପରେ ୧୪୬ ନମ୍ବର ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳି ୧୨ ନମ୍ବର ନବରଙ୍ଗପୁର ଲୋକସଭା ଆସନର କାଲିମେଳା ବ୍ଲକସ୍ଥ ଏମପିଭି ୬୫ ଗ୍ରାମର ୨୫୪ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ଘଟଣା ପରେ ସେହି ବୁଥରେ ଆସନ୍ତା ୧୮ ତାରିଖରେ ସାନି ନିର୍ବାଚନ କରିବା ପାଇଁ ଆଜି ନିର୍ବାଚନ କମିଶନଙ୍କ ନିକଟରୁ ନିର୍ଦ୍ଦେଶ ମିଳିଛି। ଏହି ନିର୍ଦ୍ଦେଶ ମିଳିବା ପରେ ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳାର ସହିତ ସାନି ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଆସନ୍ତା କାଲି ଏମପିଭି ୬୫ ଗ୍ରାମର ୨୫୪ ବୁଥକୁ ଅଭିଜ୍ଞ ପୁଲିଂ ପାର୍ଟିଙ୍କୁ ଇଭିଏମ, ଭିଭିପାଟ ମେସିନ ସହିତ ନିର୍ବାଚନ ସଂପର୍କିୟ ଉପକରଣ ଦେଇ ପଠାଯିବ, ସେହି ବୁଥରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରାଯିବ, ସେଠାରେ ସ୍ୱତନ୍ତ୍ର ଭାବେ ମାଇକ୍ରୋ ଅବଜର୍ଭର ଓ ସେକ୍ଟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଭୋଟର ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ହ୍ୱିଲଚେୟାର, ସେମାନଙ୍କୁ ଭୋଟ କେନ୍ଦ୍ରକୁ ନେବା ଆଣିବା ଓ ସହାୟତା ଯୋଗାଇଦେବା ପାଇଁ ଦୁଇଜଣ ସ୍ୱେଚ୍ଛାସେବୀ ଯୁବକଙ୍କୁ ମୂତୟନ କରାଯାଇଛି। ସେହି ବୁଥରେ ଥିବା ସମସ୍ତ ଭୋଟର ମାନେ ନିର୍ଭୟରେ ଆସି ଶାନ୍ତିଶୃଙ୍ଖଳାର ସହିତ ଶତପ୍ରତି ଶତ ମତଦାନ କରନ୍ତୁ ବୋଲି ଜିଲ୍ଲାନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି। ୧୪୬ ନମ୍ବର ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳି ଓ ୧୨ନମ୍ବର ନବରଙ୍ଗପୁର ଲୋକସଭା ଆସନର କାଲିମେଳା ବ୍ଲକସ୍ଥ ଏମପିଭି ୬୫ଗ୍ରାମର ୨୫୪ନମ୍ବର ବୁଥରେ ଗତ ୧୧ ତାରିଖଦିନ ଗ୍ରାମବାସୀ ମାନେ ଇଭିଏମ ଭଙ୍ଗାରୁଜା କରିଦେବା ପରେ ସେଠାରେ ହୋଇପାରିନଥିଲା ସାନି ନିର୍ବାଚନ। ଉକ୍ତ ବୁଥରେ ସାନି ନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନଙ୍କ ଠାରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅଗ୍ରୱାଲ ଅନୁମତି ମାଗିଥିଲେ। ଜିଲ୍ଲାପାଳଙ୍କ ଆବେଦନକୁ ନିର୍ବାଚନ କମିଶନ ଗୁରୁତ୍ୱଦେଇ ଆସନ୍ତା ୧୮ ତାରିଖରେ ସେହି ବୁଥରେ ସାନି ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ହେବାପରେ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଯାଇଛି। ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ସେହି ବୁଥରେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ସାନି ନିର୍ବାଚନ ହେବ ସେଥିପ୍ରତି ଗୁରୁତ୍ୱ ଦିଆ ଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.