Home ଜିଲ୍ଲା ପରିକ୍ରମା ନିଃସ୍ୱାର୍ଥପର ସମାଜ ସେବାର ଅନ୍ୟନାମ ରୋଟାରୀ ରୋଟାରୀ କ୍ଲବ ଭଦ୍ରକର ୫୦ତମ ଅଧିଷ୍ଠାନ ଉତ୍ସବ

ନିଃସ୍ୱାର୍ଥପର ସମାଜ ସେବାର ଅନ୍ୟନାମ ରୋଟାରୀ ରୋଟାରୀ କ୍ଲବ ଭଦ୍ରକର ୫୦ତମ ଅଧିଷ୍ଠାନ ଉତ୍ସବ

61

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ରୋଟାରୀ ସେବା ସଂଗଠନର ରୋଟାରୀ ଡଷ୍ଟ୍ରିକ୍ଟ ୩୨୬୨ ଅନ୍ତର୍ଗତ ଭଦ୍ରକ ରୋଟାରୀ କ୍ଲବର ୫୦ତମ ଅଧିଷ୍ଠାନ ଉତ୍ସବ ଚେୟାରମ୍ୟାନ ସତ୍ୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭଦ୍ରକ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରୋଟାରୀ ଅନ୍ତର୍ଜାତୀୟ ଜିଲ୍ଲା ଆସନ୍ତା ବର୍ଷର ଗଭର୍ଣର ପ୍ରଭୂଦତ ସୁବୁଦ୍ଧି ,ଆସିଷ୍ଟାଂଟ୍ ଗଭର୍ଣର ଅତିସ କୁମାର ବେହେରା, ସ୍ୱାମୀ ମୁକୁନ୍ଦ କ୍ରିଷ୍ଣା ମହାରାଜ ଯୋଗଦେଇଥିଲେ ।ରୋଟାରୀ କ୍ଲବ ଭଦ୍ରକର ପୁର୍ବତନ ସଭାପତି ଇନ୍ଦ୍ରଜିତ ସାହୁ ସଭାକାର୍ଯ୍ୟ ଆରମ୍ଭ କରିବା ପରେ ସଂପାଦକ ସନ୍ତୋଷ କୁମାର ନାୟକ ପୂର୍ବବର୍ଷର ବିବରଣୀ ପାଠ କରିଥିଲେ ।ଏହାପରେ କ୍ଲବର ନୂତନ ସଭାପତି ଇଂ ବସନ୍ତ କୁମାର ପାଣିଗ୍ରାହି ଓ ସଂପାଦକ ଅମ୍ବିକା ବଲ୍ଲଭ ସ୍ୱାଇଁ କ୍ଲବର ପଦ ଓ ମର୍ଯ୍ୟାଦା ସହ ଅଧିଷ୍ଠିତ ହୋଇ ନୂତନ ବର୍ଷର କାର୍ଯ୍ୟଭାର ଗ୍ରହଣ କରିଥିଲେ । ସଭାପତି ବସନ୍ତ ପାଣିଗ୍ରାହି ତାଙ୍କ ବକ୍ତବ୍ୟରେ ସମସ୍ତ ସଭ୍ୟଙ୍କ ସହେଯାଗ କାମନା କରି ସମଗ୍ର ରାଜ୍ୟରେ କ୍ଲବକୁ ଶୀର୍ଷ ସ୍ତାନରେ ଅଧିଷ୍ଠିତ କରିବାକୁ କାର୍ଯ୍ୟକରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

କ୍ଲବ୍‌ର ସଂପାଦକ ଅମ୍ବିକା ବଲ୍ଲଭ ସ୍ୱାଇଁ ଚଳିତ ରୋଟାରୀ ବର୍ଷରେ ଅଦ୍ୟାବଧି କରାଯାଇଥିବା ୨୦୦ରୁ ଉର୍ଦ୍ଧ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଓ ୪୦୦୦ରୁ ଅଧିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଷୟ ପ୍ରକାଶ କରିଥିଲେ ।ଏହି ଅବସରରେ କ୍ଲବର ପୁରଷ୍କାର ସମିତି ଆନୁକୁଲ୍ୟରେ ବିଭିନ୍ନ ବିଦ୍ୟାଳୟର ମେଧାବୀ ଛାତ୍ର/ଛାତ୍ରୀ, ବିଶିଷ୍ଟ ଯୁବ କବି ପ୍ରଦୀପ୍ତ କୁମାର ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଇଂ ବିମ୍ବାଧର ବ୍ରହ୍ମ , ଜାତୀୟ ପୁରଷ୍କାର ପ୍ରାପ୍ତ ଶିକ୍ଷକ ଅଶୋକ ଶତପଥ, ଉତ୍ସର୍ଗିକୃତ ସମାଜସେବୀ ସଂକର୍ଷଣ ଦାସ, ନିଷ୍ଟାପର ସ୍ୱାସ୍ଥ୍ୟକର୍ମି ବନବାସିନି ରାଉଳ, ଆଦାର୍ଶର୍ ନର୍ସ ସାରଥି ଯେନାଙ୍କୁ ରୋଟାରୀଆନ ପ୍ରଭାସ ମହାନ୍ତିଙ୍କ ପରିଚାଳନାରେ ପୁରସ୍କୃତ କରାଯାଇଥିଲା । କ୍ଲବ୍‌ର ସଦସ୍ୟ ମନୋଜ ସାହୁଙ୍କ ସଂଯୋଜନାରେ ସମାଜ ସେବାକ୍ଷେତ୍ରରେ ଉତ୍ସର୍ଗିକୃତ ଅବଦାନ ତଥା କୋଭିଡ ସଂକ୍ରମଣ ସମୟରେ ନିଃସ୍ୱାର୍ଥପର ଅବଦାନ ପାଇଁ ସମାଜସେବୀ ତଥା ରୋଟାରିଆନ ଶିଶୀର ମିଶ୍ରଙ୍କୁ ଓ ସଂଗୀତ ନାଟକ ଆକାଡେମି ପୁରଷ୍କୃତ କଳାକାର ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବ ପତ୍ରିକା ଭଦ୍ରକ ହୁଇଲ ଓ ପୁରଷ୍କାର ପତ୍ରିକା ସଂପାଦକ ଗୟାଧର ପଣ୍ଡା ଓ ପ୍ରମୋଦ ଜେନାଙ୍କ ପରିଚାଳନାରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କ୍ଲବର ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ବରିଷ୍ଠ ସଦସ୍ୟ ସୀତାକାନ୍ତ ଦାସଙ୍କ ପରିଚାଳନାରେରେ ରେ ସମାପନ ହୋଇଥିଲା । ଊକ୍ତ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶତାଧିକ ରୋଟାରୀଆନଙ୍କ ସମେତ, ଲାୟନ୍ସ କ୍ଲବ, ଇନର ହୁଇଲ୍ କ୍ଲବ ଓ ଭଦ୍ରକର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।ରୋ. ଅହିତ ଦାସ, ଅଭିଜିତ ନାୟକ, ଜୟନ୍ତ ବାରିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ରୋଟାରୀଆନ ଶରତ ପୁହାଣ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀକ୍ଲବ ଭଦ୍ରକର ସମସ୍ତ ସଭ୍ୟ/ସଭ୍ୟା ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.