Home ଓଡ଼ିଶା ନାମାଙ୍କନପତ୍ର ଦାଖଲର ଶେଷଦିନ: କଡା ସୁରକ୍ଷା ମଧ୍ୟରେ ରିଟର୍ଣ୍ଣିଂ ଅଧିକାରୀମାନଙ୍କ କାର୍ଯ୍ୟାଳୟ

ନାମାଙ୍କନପତ୍ର ଦାଖଲର ଶେଷଦିନ: କଡା ସୁରକ୍ଷା ମଧ୍ୟରେ ରିଟର୍ଣ୍ଣିଂ ଅଧିକାରୀମାନଙ୍କ କାର୍ଯ୍ୟାଳୟ

544

କୋରାପୁଟ ୨୪-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷଦିନ ହୋଇଥିବା ବେଳେ କଂଗ୍ରେସ, ବିଜେଡି ଓ ବିଜେପିର କୋରାପୁଟ ଲୋକସଭା ଏବଂ କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। କୋରାପୁଟ ଲୋକସଭା ଆସନ ନିମନ୍ତେ କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲକା, କୋରାପୁଟ ବିଧାନସଭା ଆସନର ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ, ଲକ୍ଷ୍ମିପୁର ପ୍ରାର୍ଥି କୈଳାସ କୁଲସିକା ପ୍ରାର୍ଥିପତ୍ର ଦାଖଲ କରିବେ। ସ୍ଥାନୀୟ ମାଉସୀମା ମନ୍ଦିର ନିକଟରୁ କଂଗ୍ରେସ କର୍ମି ଓ ନେତାମାନେ ଏକତ୍ରୀତ ହେବା ପରେ ସହରରେ ଶୋଭାଯାତ୍ରା କରିବା ପରେ ନାମାଙ୍କନପତ୍ର ଦାଖକଲ କରିବେ ବୋଲି ଲୋକସଭା ପ୍ରାର୍ଥି ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଏଥି ପୂର୍ବରୁ ପଟ୍ଟାଙ୍ଗୀ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥି ରାମଚନ୍ଦ୍ର କାଡାମ ନାମାଙ୍କନପତ୍ର ଦାଖଲ କରି ସାରିଛନ୍ତି। କୋରାପୁଟ ଲୋକସଭା ଆସନର ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକା, କୋରାପୁଟ ବିଧାନସଭାର ପ୍ରାର୍ଥି ରଘୁରାମ ପଡାଲ, ଲକ୍ଷ୍ମିପୁର ବିଧାନସଭା ପ୍ରାର୍ଥି ପ୍ରଭୁ ଜାନି, ପଟ୍ଟାଙ୍ଗୀ ବିଧାନସଭା ପ୍ରାର୍ଥି ପ୍ରୀତମ ପାଢୀ ପ୍ରମୁଖ ବାଟ ମଙ୍ଗଳାରେ ପୂଜାର୍ଜନା କରିବା ପରେ ଏକ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେଡି ଉପସଭାପତି ଉତ୍କଳ ରଂଜନ ନାୟକ ସୂଚନା ଦେଇଛନ୍ତି। କୋରାପୁଟ ଲୋକସଭା ଆସନର ବିଜେପି ପ୍ରାର୍ଥି ଜୟରାମ ପାଙ୍ଗୀ, କୋରାପୁଟ ବିଧାନସଭା ପ୍ରାର୍ଥି ତ୍ରୀପୁରାରୀ ଗରଡା, ଲକ୍ଷ୍ମିପୁର ବିଧାନସଭା ଆସନର ପ୍ରାର୍ଥି କୁମୁଦ ସାଉଁଦା, ପଟ୍ଟାଙ୍ଗୀ ବିଧାନସଭା ଆସନର ପ୍ରାର୍ଥି ରାମଚନ୍ଦ୍ର ପାଙ୍ଗୀ ଏବଂ କର୍ମିମାନେ ସ୍ଥାନୀୟ ଚନ୍ଦନପୋଖିି ନିକଟରେ ଏକତ୍ରୀତ ହେବା ପରେ ଶୋଭାଯାତ୍ରା କରାଯାଇ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନାମାଜ୍ଞନପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।ନେତା ଓ କର୍ମିମାନଙ୍କ ଆଗମନ ଦୃଷ୍ଟିରୁ ଜିଲ୍ଲା ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।କୋରାପୁଟ ଜିଲ୍ଲାପାଳ ତଥା ଲୋକସଭା ଆସନର ରିଟର୍ଣ୍ଣି ଅଫିସରଙ୍କ ୧୦୦ ମିଟର ଦୂରରେ ଶୋଭାଯାତ୍ରା ଅଟକାଯାଇ କେବଳ ପ୍ରାର୍ଥିଙ୍କ ସହ ୪ ଜଣ ସମର୍ଥକ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଅନୁୟମତି ଦିଅାଯିବ ବୋଲି କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରୀ ସୂଚନା ଦେଇଛନ୍ତି।ସେହିପରି କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୦୦ ମିଟର ଦୂରରେ ବିଧାନସଭା ଆସନ ନିମନ୍ତେ ଆସୁଥିବା ଶୋଭାଯାତ୍ରାକୁ ଅଟକାଯାଇ ପ୍ରାର୍ଥୀ ଓ ୪ ଜଣ ସମର୍ଥକଙ୍କୁ କାର୍ଯ୍ୟାଳୟ ପରିସରକୁ ଛଡାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସମୁଦାୟ ଦେଢ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପ୍ରକାର ସୁବିଧା କରାଯାଇଥିବା କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.